ଓଡ଼ିଶା ଲିଡ୍ସ(ଦଶରଥପୁର): ବୈତରଣୀ ଓ ତାର ଶାଖା କାଣୀ ନଦୀରେ ଆସିଥିବା ଲଗାତାର ବନ୍ୟାରେ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ପହଞ୍ଚିଥିଲେ ବିଜେଡି ପ୍ରତିନିଧି ମଣ୍ଡଳୀ । ପୂର୍ବତନ ଅର୍ଥମନ୍ତ୍ରୀ ବାଚସ୍ପତି ପ୍ରଦୀପ ଅମାତଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ପ୍ରଥମେ ତରପଦା ପଞ୍ଚାୟତ ପଟଣାସାହି ଠାରେ କାଣୀ ନଦୀରେ ସୃଷ୍ଟି ଘାଇ ଓ ବୈତରଣୀ ବନ୍ୟାରେ ଭାସି ଯାଇଥିବା ଜୟନ୍ତରା ଘେରିବନ୍ଧ ପରିଦର୍ଶନ କରିଥିଲେ । ଏହା ପରେ ତରପଦା, ପଟଣାସାହି, ଜୟନ୍ତରା ମହାପାତ୍ର ସାହି, ରାମଚନ୍ଦ୍ରପୁର, ଗଣ୍ଡକୁଳ, ଜୟନ୍ତରା ସ୍କୁଲ ଆଦି ବନ୍ୟାଞ୍ଚଳରେ ପହଞ୍ଚି ବିପନ୍ନଙ୍କୁ ଭେଟିଥିଲେ । ବନ୍ୟା ଯୋଗୁ ଦଶରଥପୁର ବ୍ଲକରେ ସ୍ଥିତି ଗମ୍ଭୀର ରହିଛି। ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡିଯାଇଛି। ଗୃହପାଳିତ ପ୍ରାଣୀଙ୍କୁ ଆବଶ୍ୟକ ଗୋ-ଖାଦ୍ୟ ମିଳୁନାହିଁ । ବନ୍ୟା ବିପନ୍ନ ଜୀବିକା ହରାଇ ଅସୁବିଧାରେ ପଡିଛନ୍ତି। ଏଭଳି ସମୟରେ ସରକାର ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଇ କୃଷି ଋଣ ଛାଡ଼ କରିବା ସହ ବନ୍ୟା ପ୍ରଭାବିତଙ୍କୁ ପ୍ରଯ୍ୟାପ୍ତ ସହାୟତା ଦେବାକୁ ଦାବି କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ । ଗ୍ରସ୍ତର ଶେଷ ପର୍ଯାୟରେ ପ୍ରତନିଧିମଣ୍ଡଳୀ ଦଶରଥପୁର ବ୍ଲକ କାର୍ଯ୍ୟାଳୟ ଯାଇ ସେଠାରେ ବିଡ଼ିଓ ଆକାଶ ପଟ୍ଟନାୟକଙ୍କୁ ଭେଟି ବନ୍ୟା ବିପନ୍ନଙ୍କ ଦୁର୍ଦଶା ଦୂର କରିବା ଓ ଆବଶ୍ୟକ ସହାୟତାକୁ ତ୍ୱରିତ ତଥା ସୁ-ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିବା ଉପରେ ଆଲୋଚନା କରିଥିଲେ।ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ମନସ୍ବିନୀ ଦାସ, ମାମିନା ମଲ୍ଲିକ, ବିଜେଡି ନେତା ମନୋଜ ରାଉତ, ଶରତ ତ୍ରିପାଠୀ, ଅମିତ କୁମାର ଦାସ, ଶୁଭ ପ୍ରକାଶ ଦାସ, ରଞ୍ଜିତ ଦାସ, ଅଜୟ ମହାନ୍ତି, ମହେଶ୍ୱର ସାହୁ, ଚନ୍ଦ୍ରକାନ୍ତ ମହାପାତ୍ର, ମନୀଷ ସାହୁ, ବିଷ୍ଣୁ ଚରଣ ବେହେରା, ପୀତାମ୍ବର ମାଝୀ, ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବହୁ ସଂଖ୍ୟରେ ଦଳୀୟ ସମର୍ଥକ ସାମିଲ ଥିଲେ।




















