Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ପାଣି ପାଇଁ ଡ଼ହଳ ବିକଳ, ପ୍ରଶାସନ ନେଉନାହିଁ ପଦକ୍ଷେପ

ପାଣି ପାଇଁ ଡ଼ହଳ ବିକଳ, ପ୍ରଶାସନ ନେଉନାହିଁ ପଦକ୍ଷେପ

ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ ବନ୍ଧଗାଁ ପଞ୍ଚାୟତର ସାତ ଗୋଟି ପଡ଼ା ଗାଁରେ ଜନସାଧାରଣ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି । ଏ ନେଇ ତୁରନ୍ତ ପଦକ୍ଷେପ ନେବା ବଦଳରେ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ବନ୍ଧ ଗାଁ ପଞ୍ଚାୟତର ଗୁହାଳ ଡିହ, ବଣ ସାହି, ଫାର୍ମ ସାହି, ବାଙ୍କୀ ସାହି, ଲକ୍ଷ୍ମୀ ସାହି, ତଳ ସାହି ଓ ମୁଣ୍ଡା ସାହିକୁ ସ୍ଵଜଳ ଧାରା ଯୋଜନାରେ ଏକ ଓଭର ହେଡ ଟାଙ୍କି ଦ୍ଵାରା ଜଳ ଯୋଗାଣ ହେଉଥିଲା। ଗତ ପ୍ରାୟ ଆଠ ମାସ ହେବ ଏହି ଯୋଜନାରେ ଜଳ ଯୋଗାଣ ନିମନ୍ତେ ବ୍ୟବହୃତ ହେଉଥିବା ଦୁଇ ଗୋଟି ପାଣି ପମ୍ପ ଅଚଳ ହୋଇ ପଡ଼ି ରହିଛି। ଫଳରେ ଏହି ସବୁ ଗାଁ ଲୋକ ପିଇବା ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ଜଳ କଷ୍ଟ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ପାଣି ପମ୍ପକୁ ସଜାଡ଼ିବାକୁ ବିଭିନ୍ନ ସମୟରେ ଦାବି ହୋଇଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ବ୍ଲକ ପ୍ରଶାସନ ନେଉ ନଥିବା ଅଭିଯୋଗ ହୋଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ଗ୍ରାମ୍ୟ ପାନୀୟ ଓ ଜଳ ଯୋଗାଣ ବିଭାଗ ପାଣି ପମ୍ପ ମରାମତି ବା ଅନ୍ୟ ବ୍ୟବସ୍ଥା ଦ୍ଵାରା ଜଳ ଯୋଗାଣ ସ୍ଵାଭାବିକ କରିବ ବୋଲି ଆଶା କରିଥିବା ଗ୍ରାମବାସୀ ନିରାଶ ହୋଇଛନ୍ତି । ଅଭିଯୋଗ ଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ ରେବତୀ ମହାନ୍ତ ତାଙ୍କ ପଞ୍ଚାୟତର ଏ ସମସ୍ୟା ସମ୍ପର୍କରେ ଆର.ଡବ୍ଲ୍ୟୁ.ଏସ.ଏସ. ର କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ କର୍ମଚାରୀ ବା ଅଧିକାରୀ ପଞ୍ଚାୟତକୁ ଆସି ନ ଥିବା କ୍ଷୋଭର ସହିତ ପ୍ରକାଶ କରିଛନ୍ତି । ବଣ ଜଙ୍ଗଲ ଘେରା ଅଞ୍ଚଳରେ ରହୁଥିବା ତାଙ୍କ ପଞ୍ଚାୟତର ଆଦିବାସୀ ଓ ସରଳ ଲୋକଙ୍କ ସାଧାରଣ ଆବଶ୍ୟକତା ପ୍ରତି ପ୍ରଶାସନ ଆଖି ବୁଜି ଦେଇଥିବା ମଧ୍ୟ ସେ କହିଛନ୍ତି । ଗ୍ରୀଷ୍ମ ପ୍ରବାହ ପୂର୍ବରୁ ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାର ସମସ୍ତ ନଳ କୂପ ଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରି ଜଳ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁକିନ୍ଦା ବ୍ଲକ କର୍ତ୍ତୃପକ୍ଷ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଯାହା ଫଳରେ ହଜାର ହଜାର ଲୋକ ଜଳ କଷ୍ଟ ଭୋଗୁଛନ୍ତି ।

Leave a comment

Your email address will not be published. Required fields are marked *