ତିନି ମାସ ମଧ୍ୟରେ ୮୯ ଟଙ୍କା ବୃଦ୍ଧି
ଡ଼ିଶା ଲିଡ୍ସ(ବ୍ୟୁରୋ): ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲା ବେଳେ ଆଜି ପୁଣି ହାଣ୍ଡିଶାଳ ଉପରେ ମହଙ୍ଗା ମାଡ଼ ହୋଇଛି । ଆଜି କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡର ଦାମରେ ୨୯ ଟଙ୍କା ବୃଦ୍ଧି କରିଛନ୍ତି । ଆଜିଠୁ ସାରା ଦେଶରେ ନୂଆ ଦର ଲାଗୁ ହୋଇଛି । ପୂର୍ବରୁ କେନ୍ଦ୍ର ସରକାର ମାର୍ଚ୍ଚ ମାସରେ ଗ୍ୟାସ ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି କରିଥିଲା ବେଳେ ଆଜି ତାରିଖରେ ପୁଣି ୨୯ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ତିନି ମାସ ମଧ୍ୟରେ ସରକାର ଗ୍ୟାସ ମୂଲ୍ୟରେ ୮୯ ଟଙ୍କା ବୃଦ୍ଧି କରି ସାଧାରଣ ଖାଉଟିଙ୍କ ମୁଣ୍ଡରେ ଚଡକ ପକାଇଛନ୍ତି । ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ଦର ୯୬୮ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ସିଲିଣ୍ଡରର ମୂଲ୍ୟ ୯୩୯ ଟଙ୍କା ଥିଲା ।




















