ଓଡ଼ିଶା ଲିଡ୍ସ(ବରୀ): ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ହାଡ଼ିବନ୍ଧୁ ସାହୁଙ୍କର ଗତକାଲି ପ୍ରାୟ ଦିନ ୨ ୩୦ ମିନିଟ ସମୟରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ଖବର ପାଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ, ବରିଷ୍ଠ ପ୍ରାଧ୍ୟାପିକା ମିତାଞ୍ଜଳି ମହାନ୍ତିଙ୍କ ସମେତ ଅନେକ କର୍ମଚାରୀ ମେଡିକାଲରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ । ଖବର ପାଇ ବିଜେପି ନେତା ଉମେଶ ଜେନାଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଅନ୍ୟାସୀପୁର ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ । ଗ୍ରାମ୍ୟ ସ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ବଡ଼ପୁଅ ସ୍ମୃତିରଞ୍ଜନ ମୁଖାଗ୍ନି ଦେଇଥିଲେ । ଜଣେ ଅତ୍ୟନ୍ତ ମେଳାପି, ଛାତ୍ରବତ୍ସଳ ପ୍ରାଧ୍ୟାପକ ଭାବେ ତାଙ୍କର ପରିଚୟ ଥିଲା ବେଳେ ତାଙ୍କ ଦେହାନ୍ତରେ ବରୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।



















