Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ର୍ଜାତୀୟ > ବଢୁଛି ତାତି: ବୟସ୍କ, ଶିଶୁ ଓ ସ୍ବାସ୍ଥ୍ୟ ଜଟିଳତା ଥିବା ଲୋକଙ୍କ ପ୍ରତି ଅଧିକ ବିପଦ

ବଢୁଛି ତାତି: ବୟସ୍କ, ଶିଶୁ ଓ ସ୍ବାସ୍ଥ୍ୟ ଜଟିଳତା ଥିବା ଲୋକଙ୍କ ପ୍ରତି ଅଧିକ ବିପଦ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଛି। ଦେଶର ଉତ୍ତର ଭାରତରେ ସ୍ଥିତ ଅଧିକ ଜଟିଳ ରହିଛି। ଓଡ଼ିଶାରେ ମଧ୍ୟ ତାତି ରେକର୍ଡ ସ୍ତରରେ ପହଞ୍ଚିଛି । ଯାହା ଜନଜୀବନକୁ ପ୍ରଭାବିତ କରିଛି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ପ୍ରଖ୍ୟାତ ଶ୍ବସନ ରୋଗ ବିଶେଷଜ୍ଞ ଡାକ୍ତର ରଣଦୀପ ଗୁଲେରିଆ ଲୋକମାନଙ୍କୁ ପ୍ରବଳ ଗରମଜନିତ ଅସୁସ୍ଥତା, ଜଳଶୁ‌ଷ୍କତା ଓ ଅତ୍ୟଧିକ ଥକା ଲାଗିବା ଭଳି ସଙ୍କେତ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗୁରୁଗ୍ରାମ ସ୍ଥିତ ମେଦାନ୍ତର ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଟରନାଲ୍‌ ମେଡିସିନ୍‌, ରେସ୍ପିରେଟୋରି ଆଣ୍ଡ ସ୍ଲିପ୍‌ ମେଡିସିନ୍‌ ଅଧ୍ୟକ୍ଷ ଡା. ଗୁଲେରିଆ କହିଛନ୍ତି, ଦେଶରେ ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମଲହରି ଜାରି ରହିଛି। ବିଶେଷ କରି ଉତ୍ତର ଭାରତ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଡା. ଗୁଲେରିଆ କହିଛନ୍ତି, ଅଧିକ ସମୟ ଟାଣ ଖରା ସଂସ୍ପର୍ଶରେ ଆସିବା ଦ୍ବାରା ଅଂଶୁଘାତ ହେବାର ସମ୍ଭାବନା ରହିଛି। ଏହା ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି । ଶରୀରର ତାପମାତ୍ରା ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଅଂଶୁଘାତ ହୁଏ। ଡା. ଗୁଲେରିଆ କହିଛନ୍ତି, ବୟସ୍କ ବ୍ୟକ୍ତି, ଶିଶୁ ଓ ବିଭିନ୍ନ ସ୍ବାସ୍ଥ୍ୟ ସଙ୍କଟ ଥିବା ଲୋକ ତଥା ବିଶେଷ କରି ହୃଦ୍‌ରୋଗ ଓ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଗ୍ରୀଷ୍ମଲହରି ଅଧିକ ବିପଦର କାରଣ ହୋଇଥାଏ । ଅତ୍ୟଧିକ ଖରା ସମୟରେ ଲୋକମାନଙ୍କୁ ବାହାରକୁ ନ ଯିବାପାଇଁ ଏବଂ ପ୍ରଚୁର ପରିମାଣର ପାଣି, ଓଆର୍‌ଏସ୍‌, ଲେମ୍ବୁ ପାଣି ଓ ପଇଡ଼ ପାଣି ପିଇବାପାଇଁ ସେ ପରାମର୍ଶ ଦେଇଛନ୍ତି। ସେହିପରି ସିଧାସଳଖ ଟାଣ ଖରାକୁ ନ ଯିବା, ଖରାକୁ ଗଲେ ଛତା, ଟୋପି ଓ ପଗଡ଼ି ବ୍ୟବହାର କରିବା, ଅତ୍ୟଧିକ ଗରମ ଯୋଗୁ କ୍ଳାନ୍ତ ଲାଗୁଥିଲେ ତୁରନ୍ତ ପାଣି ପିଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Leave a comment

Your email address will not be published. Required fields are marked *