ଓଡ଼ିଶା ଲିଡ୍ସ(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଅପମାନ ଜନକ ମନ୍ତବ୍ୟ ଦେଇ ତୀବ୍ର ବିରୋଧର ସମ୍ମୁଖିନ ହୋଇଥିଲେ ରାଜ୍ୟସଭା ସାଂସଦ ନିଶିକାନ୍ତ ଦୁବେ । ଦଳମତ ନିର୍ବିଶେଷରେ ରାଜ୍ୟବାସୀ ଏହାର ତୀବ୍ର ନିନ୍ଦା କରିଥିଲେ । ଦିନକୁ ଦିନ ଏହି ମନ୍ତବ୍ୟ ରାଜ୍ୟରେ ତୀବ୍ର ବିରୋଧର ରୂପ ଧାରଣ କରୁଥିଲା ବେଳେ କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସେ ନିଜ ସାମାଜିକ ଗଣ ମାଧ୍ୟମରେ ଲେଖିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ ମୋ ବ୍ୟକ୍ତିଗତ। ମୁଁ ନେହରୁ-ଗାନ୍ଧୀ ପରିବାର ବିଷୟରେ କହିଥିଲି। ମାତ୍ର ମୋ କଥାର ଭୁଲ୍ ଅର୍ଥ ବାହାର କରାଯାଇଥିଲା। ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ କ୍ଷମା ମାଗୁଛି।ବିଜୁବାବୁ ଆମ ପାଇଁ ସର୍ବଦା ଷ୍ଟେଟ୍ସ ମ୍ୟାନ୍ ଥିଲେ ଓ ରହିବେ ବୋଲି କହିଛନ୍ତି ନିଶିକାନ୍ତ ଦୁବେ।




















