ଓଡ଼ିଶା ଲିଡ୍ସ(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ଘଟଣାକୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।
ପ୍ରତିବାଦରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିଜେପି ସାଂସଦଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ବିଜୁ ବାବୁ କେବଳ ଜଣେ ନେତା ନୁହଁନ୍ତି, ସେ ପ୍ରତିଟି ଓଡ଼ିଆଙ୍କ ଆବେଗ। ତାଙ୍କ ପ୍ରତି କରାଯାଇଥିବା ଏଭଳି ଦାୟିତ୍ୱହୀନ ଟିପ୍ପଣୀକୁ କୌଣସି ବି ଓଡ଼ିଆ ବରଦାସ୍ତ କରିବେ ନାହିଁ, ଏହାର ଜବାବ ନିଶ୍ଚିତ ମିଳିବ ବୋଲି ଛାତ୍ର ଓ ଯୁବ ବିଜେଡି ପକ୍ଷରୁ କୁହା ଯାଇଛି ।




















