orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > ରାଜ୍ୟ > ବିଜୁ ଲିଗାସୀ ଝଡ଼ରେ ଭାଙ୍ଗି ଯିବକି ବିଜେଡି ?

ବିଜୁ ଲିଗାସୀ ଝଡ଼ରେ ଭାଙ୍ଗି ଯିବକି ବିଜେଡି ?

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପରେ ରାଜ୍ୟକୁ ଦୀର୍ଘ ୨୪ ବର୍ଷ ଧରି ଶାସନ କରିଥିବା ବିଜୁ ଜନତା ଦଳରେ ସଙ୍କଟ ଦେଖା ଦେଇଛି । ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଆରମ୍ଭ ହୋଇଥିବା ଗୋଷ୍ଠି କନ୍ଦଳ ଏବେ ଅଧିକ ଘନୀଭୂତ ହୋଇ ଉଗ୍ରରୂପ ଧାରଣ କରିଛି । ଵିରୋଧି ଦଳ ଭାବେ ବିଜେଡି ଶାସକ ଦଳ ବିରୁଦ୍ଧରେ ଲଢେଇ କରିବା ପରିବର୍ତ୍ତେ ନିଜ ନିଜ ଭିତରେ ଲଢେଇ ଆରମ୍ଭ କରି ଦେଇଛି । ଦଳ ଟାର୍ଗେଟରେ ଏବେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ରହିଛନ୍ତି । ଦଳର ୬ ବିଧାୟକଙ୍କ ସହିତ ଦୁଇ ନିଲମ୍ବିତ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲା ବେଳେ କେବଳ ଦେବୀଙ୍କୁ ଟାର୍ଗେଟ କରିବା ଚର୍ଚ୍ଚାର ବିଷୟ ହୋଇଛି । ଦେବୀ ନିର୍ବାଚନ ପରେ ଭି.କେ.ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ଦଳର କିଛି ନେତାଙ୍କୁ ହଜମ ହୋଇ ନାହିଁ । ବିଧାୟକ ଦେବୀ ରଞ୍ଜନ ମଧ୍ୟ ପଛକୁ ହଟିବା ଅବସ୍ଥାରେ ନାହାନ୍ତି । ଉଭୟ ପକ୍ଷ ମୁହାଁ ମୁହିଁ ଅବସ୍ଥାକୁ ଚାଲି ଆସିଛନ୍ତି । ଦେବୀ ରଞ୍ଜନ କେବଳ ପାଣ୍ଡିଆନଙ୍କୁ ନୁହେଁ କଂଗ୍ରେସ ସହିତ ବିଜେଡିର ଗଠବନ୍ଧନକୁ ମଧ୍ୟ ବିରୋଧ କରୁଛନ୍ତି । ଏହା ସହିତ ବିଜୁ ଲିଗାସୀ କଥା ଉଠାଇ ବିଜେଡିକୁ ଏକ ପ୍ରକାର ଅକଳରେ ପକାଇ ଦେଇଛନ୍ତି । ଯାହାକୁ କାଟିବା ବିଜେଡି ପକ୍ଷରେ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ।

ପୁଅ ପାଇଁ ବାହାରିଲେ ବାପା

ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବାପା ହେଉଛନ୍ତି ରାଜ୍ୟର ଅନ୍ୟତମ ବରିଷ୍ଠ ରାଜନେତା ପ୍ରଭାତ ତ୍ରିପାଠୀ । ବିଜେଡି ପୁଅ ଦେବୀ ରଞ୍ଜନଙ୍କୁ ଟାର୍ଗେଟ କରିବା ପରେ ଆଗକୁ ବାହାରିଛନ୍ତି ପ୍ରଭାତ । ବିଜେଡି କଂଗ୍ରେସ ସହିତ ହାତ ମିଳାଇବାକୁ ସିଧା ବିରୋଧ କରିବା ସହିତ ସେ ମଧ୍ୟ ବିଜୁ ଲିଗାସୀ କଥା ଉଠାଇଛନ୍ତି । କେବଳ ସେତିକିରେ ଅଟକି ଯାଇ ନାହାନ୍ତି ପ୍ରଭାତ ବିଭିନ୍ନ ସମୟରେ ଦଳରୁ ଅପମାନିତ ହୋଇଥିବା ବିଜୁ ବାବୁଙ୍କ ଅନୁଗତ ମାନଙ୍କୁ ଧରି ମେଳି ଆରମ୍ଭ କରିଛନ୍ତି । ବିଭିନ୍ନ ସମୟରେ ବରିଷ୍ଠ ନେତା ବିଜୟ ମହାପାତ୍ର, ଅମର ଶତପଥୀ, ନୂତନ ଭାବେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ଦିଲ୍ଲୀପ ରାୟ ଓ ଅନ୍ୟକିଛି ନେତା ବୈଠକ କରି ଆଗାମି ରଣନୀତି ନେଇ ଆଲୋଚନା କରୁଛନ୍ତି

ଦିଲ୍ଲୀପଙ୍କ ମନ୍ତବ୍ୟ ପରେ ବିଜେଡିରେ କମ୍ପନ

ନୂତନ ଭାବେ ନିର୍ବାଚିତ ହୋଇଥିବା ସାଂସଦ ଦିଲ୍ଲୀପ ରାୟ ଗଣ ମାଧ୍ୟମକୁ ବିବୃତି ଦେଇ ତାଙ୍କ ସହିତ ୧୮ ଜଣ ବିଜେଡି ବିଧାୟକ ସମ୍ପର୍କରେ ଥିବା ପ୍ରକାଶ କରିଛନ୍ତି । ଯାହା ବିଜେଡିରେ କମ୍ପନ ସୃଷ୍ଟି କରିଛି । ଦିଲ୍ଲୀପଙ୍କୁ ଭୋଟ ଦେଇଥିବା ୮ ଜଣ ବିଧାୟକଙ୍କୁ ବାଦ ଦେଲେ ଅନ୍ୟ କେଉଁ ୧୦ ଜଣ ବିଧାୟକ ଦିଲ୍ଲୀପଙ୍କ ସମ୍ପର୍କରେ ଅଛନ୍ତି ତାହା ଏବେ ଆଲୋଚନାର ବିଷୟ ହୋଇଛି । ସମସ୍ତେ ସମସ୍ତଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି । ଆଗକୁ ଏହି ବିଧାୟକ ମାନେ ଦଳ ଛାଡ଼ିଦେବେ ନାହିଁତ ବୋଲି ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

କଂଗ୍ରେସ ସହିତ ଗଠବନ୍ଧନ ଓ ଟ୍ରଷ୍ଟ ଗଠନ ନେଇ ଦଳ ମଧ୍ୟରେ ଅସନ୍ତୋଷ ବଢୁଛି

କଂଗ୍ରେସକୁ ବିରୋଧ କରି ରାଜ୍ୟ ଶାସନ କରୁଥିବା ବିଜେଡି କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତା କଥା ସବୁ ବେଳେ କହୁଥିଲେ ମଧ୍ୟ ବିଜେପି ସହିତ ସବୁ ସମୟରେ ମଧୁର ସମ୍ପର୍କ ରଖିଥିବା ପ୍ରମାଣିତ ହୋଇଛି । ହେଲେ ରାଜ୍ୟସଭା ପୂର୍ବରୁ ବିଜେଡି କଂଗ୍ରେସର ହାତ ଧରିବା ବିଜେଡି ନେତା ଓ କର୍ମୀଙ୍କ ହଜମ ହୋଇ ନାହିଁ । ନିର୍ବାଚନ ପୂର୍ବରୁ ଏ ନେଇ ସମସ୍ତେ ଚୁପ ଥିଲା ବେଳେ ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଯାହା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି । ଅନ୍ୟ ପକ୍ଷରେ ବିଜୁ-ନବୀନଙ୍କ ନାମରେ ଗଠିତ ହୋଇଥିବା ଟ୍ରଷ୍ଟ ବିଷୟରେ ନବୀନ ପ୍ରଥମେ ନିରବ ରହିବା, ଏହାକୁ ଖଣ୍ଡନ କରିବା ଓ ପରେ ଏହାକୁ ନେଇ ମୁହଁ ଖୋଲିବା କେବଳ ନବୀନଙ୍କୁ ନୁହେଁ ବିଜେଡିକୁ ଅକଳରେ ପକାଇ ଦେଇଛି । ଏହି ଟ୍ରଷ୍ଟ ଦିଲ୍ଲୀରେ ହେବା ଓ ପାଣ୍ଡିଆନ ଏହାର ଅଧ୍ୟକ୍ଷ ହେବାକୁ ମଧ୍ୟ ବିଜେଡି ନେତା କି ରାଜ୍ୟବାସୀ ସହଜରେ ଗ୍ରହଣ କରିପାରି ନାହାନ୍ତି । ନବୀନ ନିଜ ବିବୃତିରେ ଟ୍ରଷ୍ଟ ସଭାପତି ପାଣ୍ଡିଆନ ଓ ସମ୍ପାଦକ ସମ୍ପୃକ୍ତ ମିଶ୍ରଙ୍କ ବିଷୟରେ ପଦୁଟିଏ କହି ନାହାନ୍ତି । ଯାହା ବହୁ ନେତାଙ୍କୁ କ୍ଷୁବ୍ଧ କରୁଛି ।

ଗୋଟିଏ ପଟେ ବିବାଦ, ଅନ୍ୟ ପକ୍ଷରେ ବିଜୁ ଲିଗାସୀର ଆହ୍ୱାନ ନବୀନଙ୍କୁ ବିବ୍ରତ କରୁଛି । ଦଳକୁ ଚଳାଉଥିବା ପାଣ୍ଡିଆନ ନା ଆଗକୁ ଆସୁଛନ୍ତି ନା ଦଳ ମଧ୍ୟରର ଶୃଙ୍ଖଳା ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି । ଏପରି ସ୍ଥଳେ ବିଜୁ ଲିଗାସୀ ଝଡ଼ରେ ବିଜେଡି ଭାଙ୍ଗି ଯିବ ନାହିଁତ ବୋଲି ସନ୍ଦେହ ସୃଷ୍ଟି ହୋଇଛି ।

ଓଡ଼ିଆ ଅସ୍ମିତା ଭଳି ଲୋକଙ୍କ ଗ୍ରହଣୀୟ ହେଉଛି ବିଜୁ ଲିଗାସୀ ଡାକରା

ଦିନେ ବିଜେପିର ଓଡ଼ିଆ ଅସ୍ମିତା ଡ଼ାକରାରେ ଦଳ କ୍ଷମତା ହରାଇଥିଲା । ପାଣ୍ଡିଆନଙ୍କୁ ଲକ୍ଷରଖି ବିଜେପି ଅସ୍ମିତା ଡାକରା ଦେଇଥିଲା । ଏବେ ବିଜୁ ଲିଗାସୀ ଡାକରା ଲୋକଙ୍କ ଗ୍ରହଣୀୟ ହେଉଛି । ବିଜୁ ଲିଗାସୀର ଡାକରା ଭିତରେ ବି ପାଣ୍ଡିଆନ ଯେ ରହିଛନ୍ତି ଏହା କାହାକୁ ଅଛପା ନୁହେଁ । କାରଣ ସାଧାରଣ ନିର୍ବାଚନ ପୂର୍ବରୁ ଦଳରୁ ବିଜୁଙ୍କ ନାମ ଲିଭାଇ ଦେବାକୁ ପାଣ୍ଡିଆନ ଯୋଜନା କରିଥିଲେ । ଆଗକୁ ବିଜୁ ଲିଗାସୀ ଡାକରା ବିଜେଡିକୁ ଛାର ଖାର କରିଦେବ ବୋଲି ସାଧାରଣରେ ଆଲୋଚନା ଆରମ୍ଭ ହେଲାଣି ।

Leave a comment

Your email address will not be published. Required fields are marked *