ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦଳବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଉଭୟ ନିଲମ୍ବିତ ନେତା ଓ ନେତ୍ରୀ ହେଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟା ମଞ୍ଜୁଲତା ମଣ୍ଡଳ ଓ ଭଦ୍ରକ ଜିଲ୍ଲା ବିଜେଡି ସଦସ୍ୟ ମୁକ୍ତିକାନ୍ତ ମଣ୍ଡଳ ।
ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବାରୁ ନିଲମ୍ବିତ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଉପ ସଭାପତି ପ୍ରତାପ ଜେନାଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରୀ କରାଯାଇଛି ।




















