Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବିଜେଡିର ରକ୍ତ ରାଜନୀତି, ଆଗକୁ ଦଳ ପାଇଁ ହେବ ସମସ୍ୟା

ବିଜେଡିର ରକ୍ତ ରାଜନୀତି, ଆଗକୁ ଦଳ ପାଇଁ ହେବ ସମସ୍ୟା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡା ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା ବେଳେ ବିଜେଡି ଯାହାକୁ ପ୍ରାର୍ଥୀ କରି ବାଜିମାତ କରିବାକୁ ଚାହୁଁଥିଲା ସେ ହିଁ ବିଜେଡିକୁ ମାତ ଦେଇଛନ୍ତି । ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ଏହି ଘଟଣା ଘଟିଥିଲା ବେଳେ ଏହା ବିଜେଡିର ଅକଲ ଗୁଡୁମ କରି ଦେଇଛି । ବିଗତ ୨୪ ବର୍ଷର ଶାସନ ସମୟରେ ବିଜେଡି ରାଜ୍ୟର ଅନ୍ୟ ଦୁଇ ଦଳ କଂଗ୍ରେସ ଓ ବିଜେପି ସହିତ ଯେଉଁ ଖେଳ ଖେଳୁଥିଲା ବିଜେପି ସମାନ ଖେଳ ବିଜେଡି ସହିତ ଖେଳିଛି । ଏହାକୁ ନେଇ ବିଜେଡି ଦଳର ଆଗ କୁହା ନେତା ନିରବ ହୋଇ ଯାଇଥିଲା ବେଳେ ଦଳ ପକ୍ଷରୁ କଡା ଟିପ୍ପଣୀ ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ।

ହେଲେ ବିବୃତି ଦେଲା ବେଳେ ନିଜ ଉପରେ ନିୟନ୍ତ୍ରଣ ରଖି ପାରି ନାହାନ୍ତି ପ୍ରତାପ । ଦଳୀୟ କଥା କହିଲା ବେଳେ ବ୍ୟକ୍ତିଗତ ସ୍ତରକୁ ଖସିଯାଇ ଜୟ ଢୋଲକିଆଙ୍କ ପ୍ରତି ଅତି ଅରୁଚିକର ମନ୍ତବ୍ୟ ଦେଇ ନିଜେ ଲୋକହସା ହେବା ସହିତ ପୁରା ଦଳକୁ ନିନ୍ଦିତ କରି ଦେଇଛନ୍ତି । ପ୍ରତାପ ସ୍ୱର୍ଗତ ଢୋଲକିଆଙ୍କ ସହିତ ଜୟଙ୍କ ରକ୍ତ ସମ୍ପର୍କ ବିଷୟରେ କହି ରକ୍ତ ରାଜନୀତି ଆରମ୍ଭ କରିଛନ୍ତି । ଗତ କାଲିଠାରୁ ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ବେଳେ ଏହାକୁ ନେଇ ଆଜି ବିଜେଡିର ନିଲମ୍ବିତ ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଯାହା ପୁଣି ଦଳକୁ ଅପ୍ରସ୍ତୁତ କରି ଦେଇଛି ।

ସ୍ୱର୍ଗତ ଢୋଲକିଆଙ୍କର ଜୟ ପାଳିତ ପୁତ୍ର ବୋଲି ସମସ୍ତେ ଜାଣନ୍ତି । ଢୋଲକିଆ ମଧ୍ୟ ତାଙ୍କ ଉତ୍ତରାଧିକାରୀ ଭାବେ ଜୟଙ୍କୁ ଗଢୁଥିଲେ । ସେ ଏବେ ଦଳ ଛାଡିବାରୁ ସମ୍ଭବତଃ ବିଜେଡି ଅକଳରେ ପଡି ରକ୍ତ ରାଜନୀତି ଆରମ୍ଭ କରିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଆଗକୁ ପ୍ରତାପ ଓ ବିଜେଡିର ରକ୍ତ ରାଜନୀତି ନୂଆପଡ଼ାରେ ବିଜେଡିକୁ ଅଧିକ କ୍ଷତିଗ୍ରସ୍ତ କରିବ ଏଥିରେ ସନ୍ଦେହ ନାହିଁ ।

Leave a comment

Your email address will not be published. Required fields are marked *