ଓଡ଼ିଶା ଲିଡ୍ସ(ବ୍ୟୁରୋ): ଏକ କାର୍ଯ୍ୟକ୍ରମରୁ ଫେରୁଥିଲା ବେଳେ ଦଶପଲ୍ଲା ବିଡିଓଙ୍କ ଗାଡ଼ିକୁ ପଥର ମାଡ଼ ହୋଇଛି । ପଥର ମାଡ଼ ଫଳରେ ଗାଡିର ସମ୍ମୁଖ କାଚ ଭାଙ୍ଗି ଯାଇଛି । ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ନଛିପୁର ଗାଁ ନିକଟରେ ୨ ଦୁର୍ବୃତ୍ତ ବାଇକ୍ରେ ଆସି ପଥର ମାଡ଼ କରି ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।




















