ଓଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାର ଅନ୍ୟତମ ପ୍ରମୁଖ ରାସ୍ତା ବରୁଆଁ-ଯାଜପୁର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ନିର୍ମାଣ ହେଉଥିବା ନୂତନ ରାସ୍ତା ଦିନକୁ ଦିନ ଖାଲଖମାରେ ପୂର୍ଣ୍ଣ ହେଉଥିଲା ବେଳେ ଏହି ରାସ୍ତାର ବୁଢା ନଦୀ ସେତୁ ଉପରେ ବିପୁଳ ବର୍ଷା ପାଣି ଜମି ରହୁଛି । ବର୍ଷା ଜଳ ନିଷ୍କାସନ ନହୋଇ ସେତୁ ଉପରେ ଜମି ରହୁଛି । ସେତୁର ବାଡ଼ା କଡ଼ରେ ବାଲି, ମାଟି ଗଦା ହୋଇ ରହିଥିବାରୁ ନିଷ୍କାସନ ବାଟ ବନ୍ଦ ହୋଇ ଯାଇଛି । ଦୀର୍ଘ ଦିନ ହେଲା ଏହା ଜମା ହୋଇ ରହିଥିଲା ବେଳେ ଏହାକୁ ବିଭାଗ ପକ୍ଷରୁ ସଫା କରାଯାଉନାହିଁ । ପାଣି ଜମା ହୋଇ ରହିବା କାରଣରୁ ସେତୁର ବିଭିନ୍ନ ସ୍ଥାନ ଖୋଳି ହୋଇ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ତୁରନ୍ତ ଏହି ସେତୁରେ ଜମୁଥିବା ପାଣି ନିଷ୍କାସନ କରିବା ସହିତ ମରାମତି ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।



















