ଓଡ଼ିଶା ଲିଡ୍ସ(ବ୍ୟୁରୋ):ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ବୁଧବାର ଦିନ ମତଦାନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ୧୫୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ କରାଯାଉଛି। ଏହା ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହୋଇଥିବା ବେଳେ ଏହା ତୃଣମୂଳ କଂଗ୍ରେସ ଓ ବିଜେପି ପାଇଁ ଅଗ୍ନି ପରିକ୍ଷା ଭଳି ହୋଇଛି। ପ୍ରଥମ ପର୍ଯ୍ୟାୟର କେତେକ ଆସନ ଫଳାଫଳ ପାଇଁ ନିର୍ଣ୍ଣାୟକ ହେବ ବୋଲି ଚର୍ଚ୍ଚା ହେଉଛି । ପ୍ରଥମ ପର୍ଯ୍ୟାୟ ମତଦାନରେ କୋଚ ବିହାରା, ଆଲିପୁରଦାର, ଜଲପାଇଗୁଡ଼ି, ଦାର୍ଜିଲିଂ, ଉତ୍ତର ଏବଂ ଦକ୍ଷିଣ ଦିନାଜପୁର, ମାଲଦା, ମୁର୍ସିଦାବାଦ, ପୁରୂଲିଆ, ବାଙ୍କୁରା, ଝାଡ଼ଗ୍ରାମ, ପଶ୍ଚିମ ମେଦିନୀପୁର, ପଶ୍ଚିମ ବର୍ଦ୍ଧମାନ ଏବଂ ବୀରଭୂମ ଏବଂ ନଦିଆର କିଛି ଅଂଶର ଭୋଟର ମତଦାନ କରିବେ ।
ଏହି ପର୍ଯ୍ୟାୟ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପାଇଁ ଅଗ୍ନିପରୀକ୍ଷା ଭଳି ହୋଇଥିଲା ବେଳେ ବାମ-କଂଗ୍ରେସ ମେଣ୍ଟ ମଧ୍ୟ ନିର୍ବାଚନ ମଇଦାନରେ ରହି ବିଜୟର ଆଶା ବାନ୍ଧିଛି ।




















