ଓଡ଼ିଶା ଲିଡ୍ସ(ବ୍ୟୁରୋ/ଦଶରଥପୁର):ବୈତରଣୀରେ ବଡ଼ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ବନ୍ୟାରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । କେନ୍ଦୁଝର ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଂକେତର ଢେର ଉପରେ ପ୍ରବାହିତ ହେଉଛି । ବୈତରଣୀ ନଦୀର ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସି ଘସିପୁରା ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ କରିଛି । ଆନନ୍ଦପୁର ରିଙ୍ଗ ରୋଡରେ ଘାଇ ସୃଷ୍ଟି ହୋଇଛି । ଘାଇରେ ବନ୍ୟା ପାଣି ପଶିବା ପରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ସେହିଭଳି ଆନନ୍ଦପୁର ପୌରପରିଷଦର ୧୩ ନମ୍ବର ୱାର୍ଡର ସାଉଁନ୍ତି ସାହି ସମ୍ପୂର୍ଣ୍ଣ ଭାବେ ବନ୍ୟା ପ୍ରଭାବିତ ହୋଇଛି । ବୈତରଣୀର ବନ୍ୟା ଜଳ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳର ବ୍ୟାପକ ଅଞ୍ଚଳ ଜଳ ମଗ୍ନ କରିଛି । ପୂର୍ବରୁ ସୃଷ୍ଟି ହୋଇଥିବା ଘାଇ ଦେଇ ବନ୍ୟା ଜଳ ପ୍ରବେଶ କରିବା ପରେ ଅନେକ ଗାଁ ଜଳମଗ୍ନ ହୋଇଛି ।




















