Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବ୍ୟାପୁଛି ମାରାତ୍ମକ ରୋଗ: ଓଡ଼ିଶା ରାଜ୍ୟ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ରିପୋର୍ଟକୁ ଗୁରୁତ୍ୱ ନଦେଇ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ-ଇଂ ପ୍ରୀତିରଞ୍ଜନ ଘଡାଇ

ବ୍ୟାପୁଛି ମାରାତ୍ମକ ରୋଗ: ଓଡ଼ିଶା ରାଜ୍ୟ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ରିପୋର୍ଟକୁ ଗୁରୁତ୍ୱ ନଦେଇ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ-ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରକୁ ଲୋକ ସରକାରର ଆଖ୍ୟା ଦେଇଛନ୍ତି । ହେଲେ ଲୋକ ସରକାରରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଏକ କମ୍ପାନୀ ବିରୁଦ୍ଧରେ ପଦକ୍ଷେପ ନେଇ ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ ନକରିବା ଚିନ୍ତାର ବିଷୟ ହୋଇଛି । ରାଜ୍ୟ ସରକାର କିମ୍ବା ଯାଜପୁର ଜିଲ୍ଲା ପ୍ରଶାସନ ପଦକ୍ଷେପ ନ ନେଇ ଚୁପ ବସିବା ସାଧାରଣ ଲୋକଙ୍କ ପ୍ରତି ସରକାର କେତେ ଦାୟିତ୍ୱବାନ ତାକୁ ମଧ୍ୟ ପ୍ରମାଣିତ କରୁଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ କହିଛନ୍ତି ସୁକିନ୍ଦାରେ ସ୍ଥାପିତ ହୋଇଥିବା ରାମକୀ ୱେଷ୍ଟ ମ୍ୟାନେଜମେଣ୍ଟ ୟୁନିଟ ଚତୁର୍ପାର୍ଶ୍ୱରେ ଥିବା ସୁକିନ୍ଦା ବ୍ଳକର ୭ ଗୋଟି ପଞ୍ଚାୟତର ଜନ ସାଧାରଣଙ୍କ ଜୀବନ ବିପଦରେ ପଡିଛି । ରାମକୀର ଏହି ୟୁନିଟ ପାଇଁ ଏହି ୭ ପଞ୍ଚାୟତର ଭୂତଳ ଜଳ ଏବେ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ । ଏହି ପାଣି ବ୍ୟବହାର କରିବା ଦ୍ୱାରା ଲୋକମାନେ ମାରାତ୍ମକ ଚର୍ମ ରୋଗ, କିଡନୀ ରୋଗ ସହିତ କ୍ୟାନ୍ସର ରୋଗରେ ପୀଡିତ ହେଉଛନ୍ତି । ଦିନକୁ ଦିନ ଏହି ଅଞ୍ଚଳରେ ବିଭିନ୍ନ ମାରାତ୍ମକ ରୋଗ ବ୍ୟାପୁଥିଲା ବେଳେ ଏହା ଗମ୍ଭୀର ଚିନ୍ତାର ବିଷୟ ହୋଇଛି । ପଶୁ ପକ୍ଷୀ ମଧ୍ୟ ଏହି ପାଣି ବ୍ୟବହାର କରି ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏହାକୁ ନେଇ ଅଭିଯୋଗ ହେଲା ପରେ ନିକଟରେ ଓଡିଶା ରାଜ୍ୟ ଷ୍ଟେଟ ପଲ୍ୟୁସନ କଂଟ୍ରୋଲ ବୋର୍ଡ ଏହି ଜଳର ପରୀକ୍ଷଣ କରି ଏହି ଜଳରେ ମାରାତ୍ମକ ହେଭି ମେଟାଲ(ଲିଡ଼, ଫ୍ଲୋରାଇଡ଼ ଓ ଅନ୍ୟ ରସାୟନ)ଥିବା ପ୍ରକାଶ କରିଛନ୍ତି । ଯାହା ଦ୍ୱାରା ଏହି ପାଣିକୁ ବ୍ୟବହାର କରିବା ଦ୍ୱାରା ଲୋକମାନେ ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି । କେବଳ ସେତିକି ନୁହେଁ ବର୍ଷା ଦିନେ ଏହି ବିଷାକ୍ତ ପାଣି ନାଳ, ପୋଖରୀ, ନଳକୂପ ଓ ଅନ୍ୟ ଜଳ ଉତ୍ସରର ମିଶିବା ଦ୍ୱାରା ଏହାକୁ ବ୍ୟବହାର କରୁଥିବା ମଣିଷ ଓ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହେଉଛନ୍ତି । ଏହା ଦ୍ୱାରା ଚାଷ ମଧ୍ୟ ପ୍ରଭାବିତ ହେଉଛି । ଓଡ଼ିଶା ଷ୍ଟେଟ ପଲ୍ୟୁସନ କଂଟ୍ରୋଲ ବୋର୍ଡ ଏହି ମାରାତ୍ମକ ରିପୋର୍ଟ ଦେଲା ପରେ ମଧ୍ୟ ସରକାର ଏହାର ଅଧିକ ପରୀକ୍ଷଣ ପାଇଁ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ଼କୁ ପାଣିର ଅଧିକ ପରୀକ୍ଷଣ ପାଇଁ ନ ପଠାଇବା ଚିନ୍ତାର ବିଷୟ ହୋଇଛି । ରାମକୀ କମ୍ପାନୀର ଏହି ୟୁନିଟରୁ ନିର୍ଗତ ରାସାୟନିକ ପଦାର୍ଥ ମିଶ୍ରିତ ଜଳ ଭୂତଳ ଜଳରେ ମିଶି ଏହାକୁ ମରାତ୍ମକ ଭାବେ ଅଶୋଧିତ କରି ଦେଇଛି । ଏହି କମ୍ପାନୀର ୱେଷ୍ଟ ମ୍ୟାନେଜମେଣ୍ଟ ୟୁନିଟକୁ ଜିଲ୍ଲା ପ୍ରଶାସନ ତୁରନ୍ତ ବନ୍ଦ କରିବା ବଦଳରେ ଏହାକୁ ଚାଲୁରଖି ସୁକିନ୍ଦାର ହଜାର ହଜାର ନିରୀହ ଲୋକଙ୍କ ଜୀବନ ସହିତ ଖେଳ ଖେଳ ଖେଳିବା ଭଳି ହୋଇଛି । ତୁରନ୍ତ ଏ ବିଷୟରେ ପଦକ୍ଷେପ ନ ନେଲେ ହଜାର ହଜାର ନିରୀହ ଲୋକଙ୍କ ଜୀବନ ସହିତ ପଶୁ ପକ୍ଷୀଙ୍କ ଜୀବନ ଦୀପ ଅଦିନରେ ଲିଭିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ମତ ଦେଇଛନ୍ତି ଇଂ ଘଡାଇ ।

Leave a comment

Your email address will not be published. Required fields are marked *