ଓଡ଼ିଶା ଲିଡ୍ସ(ଗଞ୍ଜାମ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁବୁଳିଆ ଗ୍ରାମର ୩୨ ବର୍ଷୀୟ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କ ମୃତ୍ୟୁ ପୋଲିସର ନିର୍ଯ୍ୟାତନା ଯୋଗୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ସୁବୁଳିଆ ଗ୍ରାମ ନିକଟସ୍ଥ ପାହାଡ଼ରୁ ଗାଡ଼ିରେ ପଥର ଲୋଡ୍ ହେଉଥିବା ସମୟରେ କବିସୂର୍ଯ୍ୟନଗର ପୋଲିସ ସେଠାରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଥିଲା। ସେଥିମଧ୍ୟରୁ ଜଣେଙ୍କୁ କୋର୍ଟ ଚାଲାଣ କରିଥିଲା ବେଳେ ସୁଶାନ୍ତ ସାହୁଙ୍କୁ ଥାନାରେ ଅଟକ ରଖାଯାଇଥିଲା।
ପରିବାର ଲୋକଙ୍କ କହିବା ଅନୁସାରେ, ଗତକାଲି ପୋଲିସ ସୁଶାନ୍ତଙ୍କୁ ଅଣ୍ଡରଟେକିଂରେ ପରିବାର ହସ୍ତାନ୍ତର କରିଥିଲା। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରଥମେ ଆସିକା ଏବଂ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଥାନାରେ ତାଙ୍କୁ ପ୍ରବଳ ମାଡ଼ ମରାଯିବା ସହିତ ତାଙ୍କ ଉପରେ ଗରମ ପାଣି ପକା ଯାଇଥିଲା ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।




















