ଓଡ଼ିଶା ଲିଡ୍ସ(ଯାଜପୁର): ଲଘୁଚାପ ପ୍ରଭାବରେ ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଝିପି ଝିପି ବର୍ଷା ଆଜି ପ୍ରବଳ ବର୍ଷିଛି । ଭୋର ୫ ଟାରୁ ଘଡଘଡି ସହିତ ପ୍ରବଳ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ଫଳରେ ରାସ୍ତା ଘାଟରେ ପାଣି ମଧ୍ୟ ଜମି ରହିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଖାଲୁଆ ଅଞ୍ଚଳରେ ମଧ୍ୟ ପାଣି ଜମି ରହିଥିଲା । ସକାଳୁ ପ୍ରବଳ ବର୍ଷା ହେବା ଫଳରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଇ ପାରିନଥିଲେ । ଆଜି ଦିନ ଯାକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା ।




















