Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁର ଜିଲ୍ଲା:ବଢୁଛି ରାଜନୈତିକ ବିବାଦ, ପଛେଇ ଗଲାଣି ବିକାଶ

ଯାଜପୁର ଜିଲ୍ଲା:ବଢୁଛି ରାଜନୈତିକ ବିବାଦ, ପଛେଇ ଗଲାଣି ବିକାଶ

ଓଡ଼ିଶା ଲିଡ୍ସ(ଯାଜପୁର): ଏକଦା ବିଜେଡିର ଗଡ଼ ଥିଲା ଯାଜପୁର ଜିଲ୍ଲା । ଗତ ନିର୍ବାଚନରେ ଏହି ଗଡ଼ ଭାଙ୍ଗି ସାରିଛି । ଏହି ଗଡ଼ର ଅଧାରୁ ଅଧିକ ଅଂଶକୁ ବିଜେପି ଦଖଲ କରିଛି । ସରକାର ବଦଳିବା ପରେ ରାଜ୍ୟର ଅନ୍ୟତମ ବିକଶିତ ଜିଲ୍ଲା ଯାଜପୁର ବିକାଶ ବେଶ ପଛକୁ ଚାଲି ଯାଇଛି ।ଏହାକୁ ଯେ କେହି ସ୍ୱୀକାର କରିବେ । ଦିନେ ଯେଉଁ ଜିଲ୍ଲାରେ ବିକାଶ ଶିଖର ଛୁଇଁ ଥିଲା ଆଜି ସେଇ ଜିଲ୍ଲାରେ ରାଜନୈତିକ ବିବାଦ ଶିଖର ଛୁଇଁଛି । ଚିନ୍ତାର ବିଷୟ ହେଲା ବିଜେପି ସରକାର ସମୟରେ ଜିଲ୍ଲାରେ ବିକାଶ ପଛେଇବା ସହିତ ବିବାଦ ଆଗେଇଛି । ଯାହାକୁ ନେଇ ଜିଲ୍ଲାବାସୀ ଚିନ୍ତାରେ ପଡିଛନ୍ତି ।

ବିଜେପି ସରକାରରେ ଯାଜପୁର ଜିଲ୍ଲାରୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତ । ଧର୍ମଶାଳାରୁ ସ୍ୱାଧୀନ ଭାବେ ବିଧାୟକ ହୋଇଥିବା ହିମାଂଶୁ ସାହୁ ଏବେ ବିଜେପି ସରକାରରେ ଅତ୍ୟନ୍ତ ପ୍ରଭାବଶାଳୀ ବିଧାୟକ । ନିର୍ବାଚନ ପରଠାରୁ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ସୁକିନ୍ଦା ଓ ଧର୍ମଶାଳା ଅଶାନ୍ତ ହୋଇ ପଡିଛି । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ତିକ୍ତତା ବଢିବା ସହିତ ବିଭିନ୍ନ ସମୟରେ ଉଭୟ ପକ୍ଷ ହାତା ହାତି ହୋଇଛନ୍ତି । ନିଜ ସଂଗଠନ ବଢାଇବାକୁ ବିଜେପି ଉଦ୍ୟମ କରୁଥିଲା ବେଳେ ବିକାଶ ଉପରୁ ନଜର ହଟାଇ ଦେଇଛନ୍ତି । ନିର୍ବାଚନ ପରଠାରୁ ସୁକିନ୍ଦାରେ ବିଭିନ୍ନ ସମୟରେ ବିଜେଡି ନେତା ଓ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣକୁ ନେଇ ବିଭିନ୍ନ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ବିଗତ ଦିନରେ ବିବାଦ ଅଧିକ ହେବାରୁ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ମଧ୍ୟ ପୋଲିସ ସହିତ ପ୍ରତିପକ୍ଷକୁ ଖୋଲା ଚ୍ୟାଲେଞ୍ଜ ଦେବାକୁ ପଛାଇ ନାହାନ୍ତି । ଉଭୟ ପକ୍ଷଙ୍କ ବିବାଦ ଏବେବି ଥମିବାର ନାଁ ନେଉ ନାହିଁ । ଦିନେ ବିକାଶର ଶିଖର ଛୁଇଁ ଥିବା ସୁକିନ୍ଦାରେ ବିକାଶ ବେଶ ପଛକୁ ଚାଲି ଯାଇ ସାରିଛି ବୋଲି ଖୋଦ ସୁକିନ୍ଦାବାସୀ ଅଭିଯୋଗ କରୁଛନ୍ତି ।

ଅନ୍ୟଏକ ନିର୍ବାଚନ ମଣ୍ଡଳୀ ହେଲା ଧର୍ମଶାଳା । ଏହି ନିର୍ବାଚନ ମଣ୍ଡଳୀର ରାଜନୈତିକ ବିବାଦ ଏବେ ରାଜ୍ୟ ରାଜନୀତିକୁ ମଧ୍ୟ ହଲଚଲ କରିଦେଇଛି । କିଛି ଦିନ ତଳେ ବିଜେପି ସମର୍ଥକ ସ୍ୱାଧୀନ ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ଆକ୍ରମଣରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ସମର୍ଥକ ମାନେ ଲହୁ ଲୁହାଣ ହୋଇଛନ୍ତି । ଏହାକୁ ନେଇ ବିଜେଡି ଡିଜି ଅଫିସ ଭୁବନେଶ୍ୱରରେ ଘେରାଉ କରିଛି । ଦଳର ବହୁ ନେତା ଏହି ଘେରାଉରେ ସାମିଲ ହୋଇ ଅଭିଯୁକ୍ତଙ୍କ ଗିରଫ ଦାବି କୃଚ୍ଣ୍ଟିବ। ଏଠାରେ ରାଜନୈତିକ ବିବାଦ ନୂଆ ନୁହେଁ । ବିଜେଡି ସରକାର ସମୟରୁ ବର୍ତ୍ତମାନର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଭିତରେ ବିବାଦ ଦେଖା ଦେଇଥିଲା । ସମୟ କ୍ରମେ ହିମାଂଶୁ ସାହୁ କ୍ଷମତା ପ୍ରାପ୍ତ ହୋଇଥିଲା ବେଳେ ପ୍ରଣବ କ୍ଷମତା ହରାଇଛନ୍ତି ।

ନିର୍ବାଚନ ପରେ ହିମାଂଶୁଙ୍କ ଉପରେ ଯାଜପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆକ୍ରମଣ ହୋଇଥିଲା । ମାମଲା କ୍ରାଇମ ବ୍ରାଞ୍ଚ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ଏବେ ଜିଲ୍ଲାରେ ରାଜନୈତିକ ବିବାଦ ଉଗ୍ରରୂପ ନେଉଥିଲା ବେଳେ ବିକାଶ ବେଶ ପଛକୁ ଚାଲି ଯାଇଛି । ବିଜେଡି ସରକାର ସମୟରେ ଯାଜପୁର ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହୋଇଥିଲା । ସରକାର ପରିବର୍ତ୍ତନ ପରେ ବିଜେପିର ନେତୃବୃନ୍ଦ କିନ୍ତୁ ଏହାକୁ ଅଣଦେଖା କରୁଛନ୍ତି । ରାସ୍ତା ଘାଟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ବିଗିଡି ଯାଇଥିଲା ବେଳେ ଖଣି ଖାଦାନ ଠାରୁ ନେଇ ବାଲି, ମାଟି, ନାଲିମାଟିର ବ୍ୟାପକ ଲୁଟ ହେଉଛି । ଆଇନ ଶୃଂଖଳା ପରିସ୍ଥିତି ମଧ୍ୟ ବିଗିଡି ଯାଇଛି ଜିଲ୍ଲାରେ। ଉଭୟ ଦଳ ବିବାଦରୁ ଦୁରେଇ ରହି ଜିଲ୍ଲା ବିକାଶକୁ ଗୁରୁତ୍ୱ ଦେବା ଜରୁରୀ ବୋଲି ବୁଦ୍ଧିଜୀବି ଦାବି କରିଛନ୍ତି ।

Leave a comment

Your email address will not be published. Required fields are marked *