Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁର ଜିଲ୍ଲା ବିକାଶରେ ତାଲା, ବଢୁଛି ପ୍ରତିକ୍ରିୟା

ଯାଜପୁର ଜିଲ୍ଲା ବିକାଶରେ ତାଲା, ବଢୁଛି ପ୍ରତିକ୍ରିୟା

ଓଡ଼ିଶା ଲିଡ୍ସ(ଯାଜପୁର): ବିଜେଡି ସରକାର ବଦଳି ବିଜେପି ସରକାରକୁ ୧୫ ମାସ ପୁରିଲାଣି । ଗତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ବିଜେପି କେବଳ ଖାତା ଖୋଲି ନାହିଁ ବିଜେଡି ହାତରୁ ଚାରିଟି ବିଧାନସଭା ଆସନ ସହିତ ଏକ ମାତ୍ର ସଂସଦୀୟ ଆସନ ମଧ୍ୟ ଛଡାଇ ନେଇଛି । କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଛି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢିବା ପରେ ଓ ଯାଜପୁର ଭଳି ବିଜେଡିର ଗଡ଼ରେ ବିଜେପି ବିଜେଡି ଠାରୁ ଆଗକୁ ବଢିବା ପରେ ସାଧାରଣ ଲୋକେ ଆଶା କରିଥିଲେ ଯାଜପୁର ଜିଲ୍ଲାରେ ଡବଲ ବିକାଶ ହେବ । ବିଜେପି ନେତା ଓ କର୍ମୀ ମଧ୍ୟ ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ ଯାଜପୁର ଦେଖିବ ବୋଲି ଦୃଢୋକ୍ତି କରିଥିଲେ ।

ହେଲେ ବିଡ଼ମ୍ବନାର ବିଷୟ ଏହି ପନ୍ଦର ମାସ ମଧ୍ୟରେ ବିକଶିତ ଯାଜପୁର ଜିଲ୍ଲା ବିକାଶରେ ଯେମିତି ତାଲା ପଡି ଯାଇଛି । ବିଜେଡି ସରକାର ସମୟରେ ବିଜେଡିର ନେତା ମାନଙ୍କ ଉଦ୍ୟମରୁ ଜିଲ୍ଲାରେ ବ୍ୟାପକ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । କେବଳ ଜିଲ୍ଲା ମୁଖ୍ୟାଳୟ ଯାଜପୁର ନିର୍ବାଚନ ମଣ୍ଡଳୀ ନୁହେଁ ଯାଜପୁର ସମେତ, ଧର୍ମଶାଳା, ବଡ଼ଚଣା, କୋରେଇ, ସୁକିନ୍ଦା, ବିଂଝାରପୁରରେ ବିକାଶ କାର୍ଯ୍ୟରେ ବେଶ ଅଗ୍ରଗତି ହୋଇଥିଲା । କେବଳ ବରୀ ନିର୍ବାଚନ ମଣ୍ଡଳୀରେ ଆଖି ଦୃଶିଆ ବିକାଶ ବିଭିନ୍ନ କାରଣ ପାଇଁ ସମ୍ଭବ ହୋଇ ପାରି ନଥିଲା । ହେଲେ ଅନ୍ୟ ୬ଟି ନିର୍ବାଚନ ମଣ୍ଡଳୀରେ ରାସ୍ତା ଘାଟ ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ଜିଲ୍ଲା ପାଇଁ ବ୍ୟାପକ ଅର୍ଥରାଶି ସରକାରୀ ସ୍ତରରେ ବ୍ୟୟ ବରାଦ ହୋଇଥିଲା । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବହୁ ବଡ଼ ବଡ଼ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ବେଶ କିଛି ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା । ଗାଁ ଠାରୁ ନେଇ ସହରର ରାସ୍ତା ଘାଟରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ।

ହେଲେ ଏବେ ସବୁ ଯେମିତି ବନ୍ଦ ହୋଇ ଯାଇଛି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଅଧାରୁ ଅଟକି ଥିଲା ବେଳେ ରାସ୍ତା ଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଗ୍ରାମ୍ୟ ରାସ୍ତା ଠାରୁ ନେଇ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଏବେ ମରଣ ଯନ୍ତା ପାଲଟି ଯାଇଛି । କୋଟି କୋଟି ଟଙ୍କାର ଆଲୋକି କରଣ କାର୍ଯ୍ୟ ଏବେ ଦିଗ ହରା ହୋଇ ପଡିଛି । ଯେଉଁ ରାସ୍ତା ଘାଟ, ଛକ ବଜାର ସଞ୍ଜ ନଇଁଲେ ଆଲୋକିତ ହେଉଥିଲା ତାହା ଏବେ ଅନ୍ଧାର ହୋଇ ପଡୁଛି । ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି । ମରାମତି ନାମରେ ହେଉଥିବା ପିଚୁ ଦିନ କେଇଟାରେ ଉଠି ଯାଉଛି । ଜିଲ୍ଲା ଏକ ପ୍ରକାର ନେତୃତ୍ୱ ଶୂନ୍ୟ ହୋଇ ପଡିଛି । ଦୀର୍ଘ ବର୍ଷ ହେଲା ବିକାଶର ପାହାଚ ଚଢୁଥିବା ଜିଲ୍ଲାବାସୀ ବିକାଶର ଏହି ପଛୁଆ ଗତିକୁ ଦେଖି କେବଳ ଚିନ୍ତିତ ହେଉ ନାହାନ୍ତି ବରଂ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହେଲାଣି । ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ରାଜନେତା ଓ ପ୍ରଶାସନ ସ୍ତରରେ ଯେଉଁ ଉଦ୍ୟମର ଆଵଶ୍ୟକତା ଅଛି ତାହା କିନ୍ତୁ ଦେଖିବାକୁ ମିଳୁନାହିଁ ଯାଜପୁର ଜିଲ୍ଲାରେ ।

Leave a comment

Your email address will not be published. Required fields are marked *