Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁର ବିଜେଡି, ପାଦ ତଳୁ ମାଟି ଧସୁଛି

ଯାଜପୁର ବିଜେଡି, ପାଦ ତଳୁ ମାଟି ଧସୁଛି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜେଡିର ଏକଦା ଗଡ଼ କୁହା ଯାଉଥିବା ଯାଜପୁର ଜିଲ୍ଲା ରାଜନୀତିରେ ପରିବର୍ତ୍ତନର ସ୍ୱର ଶୁଭୁଛି । ପରିବର୍ତ୍ତନ ରାଜନୀତିରେ ବିଜେଡି ପାଦ ତଳୁ ମାଟି ଧସିବା ଆରମ୍ଭ ହୋଇଛି । ଗତ ନିର୍ବାଚନରେ ୪ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ପରାଜିତ ହେଲା ପରେ ଏବେ ବିଜେଡି ହାତରୁ ପଞ୍ଚାୟତ ସମିତି ଖସିବା ଆରମ୍ଭ କରିଛି ।

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଯାଜପୁର ଜିଲ୍ଲାର ସମସ୍ତ ବ୍ଲକରେ ବିପୁଳ ବିଜୟ ହାସଲ କରିଥିଲା । ଏହା ସହିତ ଜିଲ୍ଲା ପରିଷଦକୁ ମଧ୍ୟ ନିଜ ଅକ୍ତିୟାରକୁ ନେଇଥିଲା ବିଜେଡି । ଯାଜପୁର ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ରସୁଲପୁର, ବରୀ, ଯାଜପୁର, ଦଶରଥପୁର, ବିଂଝାରପୁର, କୋରେଇ, ଦାନଗଦି, ସୁକିନ୍ଦା ପଞ୍ଚାୟତ ସମିତିକୁ ବିଜେଡି ଦାଖଲ କରିଥିଲା । ହେଲେ ଏବେ ସେଗୁଡିକ ମଧ୍ୟରୁ ଦୁଇଟି ପଞ୍ଚାୟତ ସମିତି ବିଜେପି ପକ୍ଷକୁ ଯାଇ ସାରିଛି । ଧର୍ମଶାଳା ପଞ୍ଚାୟତ ସମିତିରେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଡାକରା ଦେଇଥିଲା ବିଜେପି । ଅନାସ୍ଥା ପୂର୍ବରୁ ସମିତି ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ । ବଡ଼ଚଣାରେ ସମିତି ଅଧ୍ୟକ୍ଷା, ଉପାଧ୍ୟକ୍ଷ ବିଜେପିରେ ସାମିଲ ହୋଇଗଲେ । ଆଗକୁ ଆହୁରି କିଛି ପଞ୍ଚାୟତ ସମିତି ବିଜେପି ହାତକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଯାହା ବିଜେଡିର ଚିନ୍ତା ବଢ଼ାଇ ଦେଇଛି ।

ଯାଜପୁର ରାଜନୀତିକୁ ଦୃଷ୍ଟି ଦେଲେ ଏହା ଏକ ଅଣ କଂଗ୍ରେସ ଜିଲ୍ଲା ଭାବେ ପରିଚୟ ସୃଷ୍ଟି କରିଛି । ଏହି ଜିଲ୍ଲାର ରାଜନୈତିକ ପ୍ରଭାବ ରାଜ୍ୟ ରାଜନୀତି ଉପରେ ସବୁ ସମୟରେ ରହି ଆସିଛି । ଜିଲ୍ଲାର ବହୁ ନେତା ରାଜ୍ୟ ରାଜନୀତିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । ଦିବଙ୍ଗତ ନେତା ଅଶୋକ ଦାସ, ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ଦିବଙ୍ଗତ କଳ୍ପତରୁ ଦାସ ପ୍ରମୁଖ ରାଜ୍ୟ ରାଜନୀତିରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଏମାନେ ଦଳ ଓ ସରକାରରେ ବେଶ ପ୍ରଭାବଶାଳୀ ବୋଲି ପ୍ରମାଣିତ କରିଛନ୍ତି । ଏମାନଙ୍କ ସମୟରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲ୍ଲିକ, ଦେବାଶିଷ ନାୟକ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।

ଦ୍ଵିତୀୟ ପିଢୀ ଭାବେ ପ୍ରଫୁଲ୍ଲ ଘଡାଇଙ୍କ ପୁତ୍ର ଇଂ ପ୍ରୀତିରଞ୍ଜନ ଘଡାଇ, ଅଶୋକ ଦାସଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ ଓ କଳ୍ପତରୁ ଦାସଙ୍କ ପୁତ୍ର ପ୍ରଣବ ବଳବନ୍ତ ରାୟ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଏହି ତିନିଜଣଙ୍କ ମଧ୍ୟରୁ ଦୁଇଜଣ ଇଂ ପ୍ରୀତିରଞ୍ଜନ ଓ ପ୍ରଣବ ପ୍ରକାଶ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଦଳର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ପଦରେ ରହିଛନ୍ତି । ହେଲେ ଗତ ନିର୍ବାଚନରେ ଏହି ତିନିଜଣ ଯାକ ପରାଜିତ ହୋଇଛନ୍ତି । ଦଳ ଅମରଙ୍କୁ ଟିକେଟ ଦେଇ ନଥିଲା ବେଳେ ପ୍ରମିଳା ସ୍ୱଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଟିକେଟ ନପାଇ ଅମର ଦଳରୁ ଦୁରେଇ ଯାଇଛନ୍ତି । ହେଲେ ଅନ୍ୟ ମାନଙ୍କ ନିକଟରେ ପ୍ରଚୁର ଅନୁଭବ ଓ ଅନୁଭୂତି ଥିଲା ବେଳେ ନିର୍ବାଚନ ବିପର୍ଯ୍ୟୟ ପରେ ଦଳ ଏବେ ପୁନର୍ବାର ବିପର୍ଯ୍ୟୟର ସମ୍ମୁଖିନ ହେଉଛି ।

ଶାସକ ଦଳ ଭାବେ ବିଜେପି ସଙ୍ଗଠିତ ହେଉଥିଲା ବେଳେ ବିଜେଡି କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି । ହେଲେ ଏହାକୁ ରୋକିବାକୁ ବିଜେଡି ସମର୍ଥ ହେଉନାହିଁ । ଆଗକୁ ଆହୁରି କିଛି ପଞ୍ଚାୟତ ସମିତି ବିଜେଡି ହାତରୁ ଖସିଗଲେ ଜିଲ୍ଲାରେ ବିଜେଡିର ସ୍ଥିତି ଦୋହଲି ଯିବ ଏଥିରେ ସନ୍ଦେହ ନାହିଁ । ହେଲେ ଏହାକୁ ନେଇ ଦଳୀୟ ନେତୃତ୍ୱ ସଚେତନ ହେଉଥିବା ଭଳି ଜଣା ଯାଉନାହିଁ । ଯାହା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଜିଲ୍ଲାରେ ଦଳକୁ ସଙ୍ଗଠିତ କରିବାକୁ ସମସ୍ତ ନେତା ଏକତ୍ରିତ ହୋଇ ଉଦ୍ୟମର ଆଵଶ୍ୟକତା ଥିଲା ବେଳେ ଏହାକୁ କିନ୍ତୁ ବିଜେଡି ନେତା ଗୁରୁତ୍ୱ ଦେଉନଥିବା ଜଣାଯାଇଛି ।

Leave a comment

Your email address will not be published. Required fields are marked *