Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁର ବିଜେଡି, ପାଦ ତଳୁ ମାଟି ଧସୁଛି

ଯାଜପୁର ବିଜେଡି, ପାଦ ତଳୁ ମାଟି ଧସୁଛି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜେଡିର ଏକଦା ଗଡ଼ କୁହା ଯାଉଥିବା ଯାଜପୁର ଜିଲ୍ଲା ରାଜନୀତିରେ ପରିବର୍ତ୍ତନର ସ୍ୱର ଶୁଭୁଛି । ପରିବର୍ତ୍ତନ ରାଜନୀତିରେ ବିଜେଡି ପାଦ ତଳୁ ମାଟି ଧସିବା ଆରମ୍ଭ ହୋଇଛି । ଗତ ନିର୍ବାଚନରେ ୪ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ପରାଜିତ ହେଲା ପରେ ଏବେ ବିଜେଡି ହାତରୁ ପଞ୍ଚାୟତ ସମିତି ଖସିବା ଆରମ୍ଭ କରିଛି ।

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଯାଜପୁର ଜିଲ୍ଲାର ସମସ୍ତ ବ୍ଲକରେ ବିପୁଳ ବିଜୟ ହାସଲ କରିଥିଲା । ଏହା ସହିତ ଜିଲ୍ଲା ପରିଷଦକୁ ମଧ୍ୟ ନିଜ ଅକ୍ତିୟାରକୁ ନେଇଥିଲା ବିଜେଡି । ଯାଜପୁର ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ରସୁଲପୁର, ବରୀ, ଯାଜପୁର, ଦଶରଥପୁର, ବିଂଝାରପୁର, କୋରେଇ, ଦାନଗଦି, ସୁକିନ୍ଦା ପଞ୍ଚାୟତ ସମିତିକୁ ବିଜେଡି ଦାଖଲ କରିଥିଲା । ହେଲେ ଏବେ ସେଗୁଡିକ ମଧ୍ୟରୁ ଦୁଇଟି ପଞ୍ଚାୟତ ସମିତି ବିଜେପି ପକ୍ଷକୁ ଯାଇ ସାରିଛି । ଧର୍ମଶାଳା ପଞ୍ଚାୟତ ସମିତିରେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଡାକରା ଦେଇଥିଲା ବିଜେପି । ଅନାସ୍ଥା ପୂର୍ବରୁ ସମିତି ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ । ବଡ଼ଚଣାରେ ସମିତି ଅଧ୍ୟକ୍ଷା, ଉପାଧ୍ୟକ୍ଷ ବିଜେପିରେ ସାମିଲ ହୋଇଗଲେ । ଆଗକୁ ଆହୁରି କିଛି ପଞ୍ଚାୟତ ସମିତି ବିଜେପି ହାତକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଯାହା ବିଜେଡିର ଚିନ୍ତା ବଢ଼ାଇ ଦେଇଛି ।

ଯାଜପୁର ରାଜନୀତିକୁ ଦୃଷ୍ଟି ଦେଲେ ଏହା ଏକ ଅଣ କଂଗ୍ରେସ ଜିଲ୍ଲା ଭାବେ ପରିଚୟ ସୃଷ୍ଟି କରିଛି । ଏହି ଜିଲ୍ଲାର ରାଜନୈତିକ ପ୍ରଭାବ ରାଜ୍ୟ ରାଜନୀତି ଉପରେ ସବୁ ସମୟରେ ରହି ଆସିଛି । ଜିଲ୍ଲାର ବହୁ ନେତା ରାଜ୍ୟ ରାଜନୀତିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । ଦିବଙ୍ଗତ ନେତା ଅଶୋକ ଦାସ, ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ଦିବଙ୍ଗତ କଳ୍ପତରୁ ଦାସ ପ୍ରମୁଖ ରାଜ୍ୟ ରାଜନୀତିରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଏମାନେ ଦଳ ଓ ସରକାରରେ ବେଶ ପ୍ରଭାବଶାଳୀ ବୋଲି ପ୍ରମାଣିତ କରିଛନ୍ତି । ଏମାନଙ୍କ ସମୟରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲ୍ଲିକ, ଦେବାଶିଷ ନାୟକ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।

ଦ୍ଵିତୀୟ ପିଢୀ ଭାବେ ପ୍ରଫୁଲ୍ଲ ଘଡାଇଙ୍କ ପୁତ୍ର ଇଂ ପ୍ରୀତିରଞ୍ଜନ ଘଡାଇ, ଅଶୋକ ଦାସଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ ଓ କଳ୍ପତରୁ ଦାସଙ୍କ ପୁତ୍ର ପ୍ରଣବ ବଳବନ୍ତ ରାୟ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଏହି ତିନିଜଣଙ୍କ ମଧ୍ୟରୁ ଦୁଇଜଣ ଇଂ ପ୍ରୀତିରଞ୍ଜନ ଓ ପ୍ରଣବ ପ୍ରକାଶ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଦଳର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ପଦରେ ରହିଛନ୍ତି । ହେଲେ ଗତ ନିର୍ବାଚନରେ ଏହି ତିନିଜଣ ଯାକ ପରାଜିତ ହୋଇଛନ୍ତି । ଦଳ ଅମରଙ୍କୁ ଟିକେଟ ଦେଇ ନଥିଲା ବେଳେ ପ୍ରମିଳା ସ୍ୱଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଟିକେଟ ନପାଇ ଅମର ଦଳରୁ ଦୁରେଇ ଯାଇଛନ୍ତି । ହେଲେ ଅନ୍ୟ ମାନଙ୍କ ନିକଟରେ ପ୍ରଚୁର ଅନୁଭବ ଓ ଅନୁଭୂତି ଥିଲା ବେଳେ ନିର୍ବାଚନ ବିପର୍ଯ୍ୟୟ ପରେ ଦଳ ଏବେ ପୁନର୍ବାର ବିପର୍ଯ୍ୟୟର ସମ୍ମୁଖିନ ହେଉଛି ।

ଶାସକ ଦଳ ଭାବେ ବିଜେପି ସଙ୍ଗଠିତ ହେଉଥିଲା ବେଳେ ବିଜେଡି କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି । ହେଲେ ଏହାକୁ ରୋକିବାକୁ ବିଜେଡି ସମର୍ଥ ହେଉନାହିଁ । ଆଗକୁ ଆହୁରି କିଛି ପଞ୍ଚାୟତ ସମିତି ବିଜେଡି ହାତରୁ ଖସିଗଲେ ଜିଲ୍ଲାରେ ବିଜେଡିର ସ୍ଥିତି ଦୋହଲି ଯିବ ଏଥିରେ ସନ୍ଦେହ ନାହିଁ । ହେଲେ ଏହାକୁ ନେଇ ଦଳୀୟ ନେତୃତ୍ୱ ସଚେତନ ହେଉଥିବା ଭଳି ଜଣା ଯାଉନାହିଁ । ଯାହା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଜିଲ୍ଲାରେ ଦଳକୁ ସଙ୍ଗଠିତ କରିବାକୁ ସମସ୍ତ ନେତା ଏକତ୍ରିତ ହୋଇ ଉଦ୍ୟମର ଆଵଶ୍ୟକତା ଥିଲା ବେଳେ ଏହାକୁ କିନ୍ତୁ ବିଜେଡି ନେତା ଗୁରୁତ୍ୱ ଦେଉନଥିବା ଜଣାଯାଇଛି ।

Leave a comment

Your email address will not be published. Required fields are marked *