ଓଡ଼ିଶା ଲିଡ୍ସ(ପୁରୀ): କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାଙ୍କ ନିର୍ଦ୍ଦେଶ ବିନା ବ୍ରହ୍ମାଣ୍ଡ ଅଚଳ, ସେଇ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାର ଝଲକ ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିର ଚୁଡା ନୀଳଚକ୍ର ଉପରେ । ଝଡ଼ ତୋଫାନ ମଧ୍ୟରେ ଅନ୍ଧାର ରାତିରେ ଶ୍ରୀମନ୍ଦିର ଉପରେ ବିଜୁଳି ମାରିଥିଲା ବେଳେ ବାନା ବଦଲାଉଥିବା ସେବକ, ବାନା ଓ ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି ।
ଅନ୍ଧକାର ଆକାଶ ଓ ବିଜୁଳିର ଚମକ ମଧ୍ୟରେ ଶ୍ରୀମନ୍ଦିରର ନୀଳଚକ୍ର ଓ ପତିତପାବନ ବାନାର ଦିବ୍ୟ ଦୃଶ୍ୟ ଭକ୍ତଙ୍କ ମନକୁ ଭକ୍ତି ଭାବରେ ଭରି ଦେଉଥିଲା । ପବନରେ ଫରଫର ହେଉଥିବା ବାନା ଓ ଚମକୁଥିବା ନୀଳଚକ୍ର ଓ ବାନା ବଦଳାଇ ସୁରକ୍ଷିତ ଭାବେ ଫେରୁଥିବା ସେବକଙ୍କ ହସର ଝଲକ ମହାପ୍ରଭୁଙ୍କ ମହିମାର ଏକ ଅନନ୍ୟ ଗାଥା ଗାଉଛି ।



















