Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ରାଜ୍ୟ ସରକାରଙ୍କ ଚାଷ ପ୍ରୀତିର ନମୁନା: ବନ୍ଦ ପଡିଛି ଉଠା ଜଳ ସେଚନ ପ୍ରକଳ୍ପ, ୨୪ ହେକ୍ଟର ଜମି ପଡିଆ

ରାଜ୍ୟ ସରକାରଙ୍କ ଚାଷ ପ୍ରୀତିର ନମୁନା: ବନ୍ଦ ପଡିଛି ଉଠା ଜଳ ସେଚନ ପ୍ରକଳ୍ପ, ୨୪ ହେକ୍ଟର ଜମି ପଡିଆ

ଓଡ଼ିଶା ଲିଡ୍ସ(ଯାଜପୁର):ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପରେ ତାଲା ଝୁଲୁଛି । ଫଳରେ ୨୪ ହେକ୍ଟର ଜମି ଚାଷ ନ ହୋଇ ପଡିଆ ପଡିଛି । ଫଳରେ ୮୨ ଜଣ ଚାଷୀ ଚାଷ ନକରି ନିରାଶ ହୋଇ ପଡିଛନ୍ତି । ସରକାର ଚାଷକୁ ଗୁରୁତ୍ୱ ଦେଉଥିଲା ବେଳେ ଏଥି ପ୍ରତି ଦୃଷ୍ଟି ନ ଦେବା ଚାଷୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି । ବରୀ ବ୍ଲକ ବରୀ ପଞ୍ଚାୟତ ଅଧିନ ବରୀ ବାଗଦା ଗ୍ରାମ ବାରମାଣିଆରେ ରହିଛି ଏହି ଉଠା ଜଳ ସେଚନ ପ୍ରକଳ୍ପ । ଚାଷୀ ମାନଙ୍କୁ ନେଇ ବଳଦେବ ଜୀଉ ପାଣି ପଞ୍ଚାୟତ ବି ଗଠନ ହୋଇଛି । ୨୦୨୩ ମସିହା ଜାନୁୟାରୀ ମାସ ୧୩ ତାରିଖରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ମସିହା ଡିସେମ୍ବର ମାସରେ ଶେଷ ହୋଇଥିଲା । ହେଲେ ନିର୍ମାଣକୁ ଦୁଇବର୍ଷ ଅତିକ୍ରାନ୍ତ ହେଲା ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ଏହି ୨୪ ହେକ୍ଟର ଜମିରେ ମୁଖ୍ୟତଃ ଧାନ ଓ ଡାଲିଜାତୀୟ ଫସଲ ମୁଗ ଚାଷ ହୋଇଥାଏ । ପୂର୍ବରୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବାରୁ ଡାଳୁଅ ଧାନ ଚାଷ ହେଉଥିଲା । ଜଳ ସେଚନ ସୁବିଧା ଥିବାରୁ ଭଲ ସାରଦ ଧାନ ମଧ୍ୟ ହେଉଥିଲା । ଏବେ ସାରଦ ଧାନ ଚାଷୀ ବର୍ଷା ଉପରେ ନିର୍ଭର କରୁଛନ୍ତି ।

ଏଠାରେ ସାରଦ ଧାନ ଚାଷ ପରେ ବିପୁଳ ପରିମାଣର ମୁଗ ଚାଷ ହେଉଥିଲା । ହେଲେ ଉଠା ଜଳସେଚନ ପ୍ରକଳ୍ପ ବନ୍ଦ ପଡ଼ିଥିବାରୁ ମୁଗ ଚାଷ କରିବା ସମ୍ଭବ ହେଉନାହିଁ । ଫଳରେ ଏହି ଜମି ସବୁ ଏବେ ପଡିଆ ପଡିଛି । ତୁରନ୍ତ ସରକାର ଏନେଇ ପଦକ୍ଷେପ ନେବା ସହିତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ବିରାଜ ଭାନୁ ଦାସ, ଜନ୍ମେଜୟ ଜେନା, ସମରେଶ ଓଝା ପ୍ରମୁଖ ଦାବି କରିଛନ୍ତି ।

Leave a comment

Your email address will not be published. Required fields are marked *