ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଶାର ସ୍ୱାର୍ଥ ଏବଂ ଅଧିକାରକୁ ଏମଏମଡିଆର ବିଲରେ ସଂଶୋଧନ କରି କେନ୍ଦ୍ର ହାତକୁ ଟେକିଦେଇଛି ବିଜେପି ସରକାର। ଏହାର ପ୍ରତିବାଦରେ ରାୟଗଡ଼ ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ପ୍ରତିବାଦ ଓ ବିକ୍ଷୋଭ ଆୟୋଜନ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ, ପୂର୍ବତନ କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ସମେତ ରାୟଗଡ଼ ଜିଲ୍ଲାର ସମସ୍ତ ତୁଙ୍ଗ ନେତୃମଣ୍ଡଳୀ, ଯୁବ ଛାତ୍ର ମହିଳା ସଙ୍ଗଠକଙ୍କ ସମେତ ଅନେକ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଓ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର ସମର୍ଥକ ଯୋଗଦେଇଥିଲେ l



















