Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ସରକାରୀ ନିୟମକୁ ଦଳି ମକଚି ଦେଲା ଜିଲ୍ଲା ପ୍ରଶାସନ: ଡିଏମଏଫ କମିଟିରେ ଖଣି ପ୍ରଭାବିତ ଅଞ୍ଚଳର ଲୋକ ପ୍ରତିନିଧିଙ୍କୁ ମିଳିଲାନି ସ୍ଥାନ,ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଓ ଅନ୍ୟ ଲୋକ ପ୍ରତିନିଧି

ସରକାରୀ ନିୟମକୁ ଦଳି ମକଚି ଦେଲା ଜିଲ୍ଲା ପ୍ରଶାସନ: ଡିଏମଏଫ କମିଟିରେ ଖଣି ପ୍ରଭାବିତ ଅଞ୍ଚଳର ଲୋକ ପ୍ରତିନିଧିଙ୍କୁ ମିଳିଲାନି ସ୍ଥାନ,ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଓ ଅନ୍ୟ ଲୋକ ପ୍ରତିନିଧି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ଜିଲ୍ଲା ଡିଏମଏଫ ଟ୍ରଷ୍ଟ ଗଠନରେ ରାଜନୀତି କରଣ କରାଯାଇ ଖଣି ପ୍ରଭାବିତ ଅଞ୍ଚଳର ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ପ୍ରତିନିଧିଙ୍କୁ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୂର୍ବତନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ୩୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି ଓ ବିଭିନ୍ନ ଖଣି ପ୍ରଭାବିତ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଭେଟି ଏହାର ପ୍ରତିବାଦ କରିଛନ୍ତି । ଆଲୋଚନା ସମୟରେ ପୂର୍ବତନ ମନ୍ତ୍ରୀ ଟ୍ରଷ୍ଟ ବୋର୍ଡ ଗଠନ ସମୟରେ ସରକାରଙ୍କ ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି । ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଖଣିଜ ନ୍ୟାସ ପାଣ୍ଠି ଗଠନ କରାଯାଇଥିଲା ବେଳେ ଖଣି ପ୍ରଭାବିତ ଅଞ୍ଚଳର ଲୋକ ପ୍ରତିନିଧି ମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ କମିଟିରୁ ଦୁରେଇ ରଖା ଯାଇଥିବା ଅଭିଯୋଗ କରିଥିଲେ । ଏହା ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି ଇଂ ଘଡାଇ । ଆଲୋଚନା ସମୟରେ ଜିଲ୍ଲାପାଳ ଶ୍ରୀ କର ଏହା ଅନୁଧ୍ୟାନ କରି ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଛନ୍ତି । ନିକଟରେ ଯାଜପୁର ଜିଲ୍ଲା ଖଣିଜ ଫାଉଣ୍ଡେସନ ଟ୍ରଷ୍ଟର ବୋର୍ଡ ଅଫ ଟ୍ରଷ୍ଟି ପୁନର୍ଗଠନ କରିଛନ୍ତି । ଯେଉଁମାନଙ୍କୁ ଏଥିରେ ସଭ୍ୟ ଭାବରେ ନିଆଯାଇଛି ସେଥିରେ ଅନେକ ଅନିୟମିତତା ହୋଇଥିବ ଅଭିଯୋଗ ହୋଇଛି ।ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ୩୭ ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ କାଳିଆପାଣି, କଂସ, ରାସୋଳ ଏବଂ ଚିଙ୍ଗୁଡିପାଳ ଗ୍ରାମ ପଞ୍ଚାୟତରେ ସମସ୍ତ କ୍ରୋମାଇଟ ଖଣି ଗୁଡିକ ଅବସ୍ଥିତ । ଓଡିଶା ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ରୁଲ୍, ୨୦୧୫ର ରୂଲ-୪(୫) ରେ ଉଲ୍ଲେଖ ଅଛି ଯେହେତୁ ଯାଜପୁର ଜିଲ୍ଲା ଗୁରୁ ଖଣିଜ ପଦାର୍ଥ ସୁକିନ୍ଦା ବ୍ଲକ ୩୭ ନଂ ଜିଲ୍ଲା ପରିଷଦ ଜୋନରେ ଅବସ୍ଥିତ । ତେଣୁ, ରାଜ୍ୟ ସରକାରଙ୍କ ଓଡ଼ିଶା ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ନିୟମ ୨୦୧୫ ନିୟମ-୪(୬) ଅନୁସାରେ ୩୭ ନଂ ଜିଲ୍ଲା ପରିଷଦ ଜୋନର ଜିଲ୍ଲା ପରିଷଦ ସଭ୍ୟ ଏହାର ସଦସ୍ୟା ରହିବା କଥା । ମାତ୍ର ଟ୍ରଷ୍ଟ ବୋର୍ଡ ଗଠନ ସମୟରେ ୩୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟଙ୍କୁ ସଦସ୍ୟ ଭାବରେ ମନୋନୀତ କରାଯାଇଛି । ଏହା ସରକାରଙ୍କର ସଂପୂର୍ଣ୍ଣ ଆଇନ ବହିର୍ଭୁତ ମନୋନୟନ ଅଟେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ୩୭ ନଂ ଜିଲ୍ଲା ପରିଷଦ ଜୋନର କାଳିଆପାଣି, କଂସ, ରାଁସୋଳ ଏବଂ ଚିଙ୍ଗୁଡିପାଳ ଗ୍ରାମ ପଂଚାୟତରେ ଅବସ୍ଥିତ । ନିୟମ ଅନୁସାରେ କାଳିଆପାଣି, କଂସ, ରାସୋଳ ଏବଂ ଚିଙ୍ଗୁଡିପାଳ ଗ୍ରାମ ପଂଚାୟତ ମଧ୍ୟରୁ ଯେକୌଣସି ତିନି ଗୋଟି ପଞ୍ଚାୟତର ପ୍ରତିନିଧି ଏହାର ସଦସ୍ୟ ରହିବା କଥା । ହେଲେ ପିମ୍ପୁଡିଆ, ହରିପୁର ଏବଂ ଧୁଳିଗଡ ଗ୍ରାମ ପଂଚାୟତର ସରପଞ୍ଚ ମାନେ ଏହାର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଯେଉଁମାନେ ଖଣି ଅଂଚଳ ସହ କୌଣସି ପ୍ରକାରେ ଜଡିତ ନାହାନ୍ତି କିମ୍ବା ଖଣି ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ସେମାନଙ୍କର କୌଣସି ଧାରଣା ନାହିଁ । ତେଣୁ ରାଜ୍ୟ ସରକାରଙ୍କ ଏହା ଖଣି ଅଞ୍ଚଳ ଵିରୋଧି ମନୋଭାବ ବୋଲି ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଏହାକୁ ନେଇ ଖଣି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି । ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଖଣି ଅଞ୍ଚକରେ ଆନ୍ଦୋଳନ ମୁଣ୍ଡ ଟେକିବା କିଛି ଅସମ୍ଭବ ନୁହେଁ ।

Leave a comment

Your email address will not be published. Required fields are marked *