ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକ ଉଦୟନାଥପୁର ସରପଞ୍ଚ ପ୍ରତିନିଧି ପ୍ରସନ୍ନ କୁମାର ସାମଲଙ୍କ ଦେହାନ୍ତ ହୋଇ ଯାଇଛି । ସେ କିଛି ଦିନ ହେଲା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ଦେହାନ୍ତରେ ଉଦୟନାଥପୁର ପଞ୍ଚାୟତ ସହିତ ବରୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଓ ଅନ୍ୟ ନେତୃବୃନ୍ଦ ତାଙ୍କ ଶବାଧାରରେ ପୁଷ୍ପଗୁଛ ଦେଇ ଶେଷ ଦର୍ଶନ କରିଥିଲେ । ତାଙ୍କ ଦେହାନ୍ତରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର, ବିଜେପି ନେତା ଉମେଶ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଲଭ ବେଉରିଆ, ଉଦୟନାଥପୁରର ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ମହାକୁଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।




















