ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ଅପରାହ୍ନରୁ ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇ ଆଜି ସକାଳେ ଅରୁଆଳ ଘାଇରେ ପ୍ରବେଶ କରିଛି । ଫଳରେ ବରୀ, ଅଟିରା, ରମ୍ପା, ଅରଙ୍ଗାବାଦ ପ୍ରଭୃତି ପଞ୍ଚାୟତର ଜନସାଧାରଣଙ୍କ ଚିନ୍ତା ବଢିଛି । ଅବଶ୍ୟ ବନ୍ୟା ଜଳ ଦ୍ରୁତଗତିରେ ବୃଦ୍ଧି ପାଉନାହିଁ, କିନ୍ତୁ ଉପରମୁଣ୍ଡରେ ବର୍ଷା ହେଲେ ଅଧିକ ବନ୍ୟା ଜଳର ପ୍ରବେଶ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଯେଉଁ ମାନେ ଘାଇ ବନ୍ଧାଉଥିଲେ ସେମାନେ ଏବେ ପୁଣି ଘାଇ ବନ୍ଧାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ୪୦ ଫୁଟର ଘାଇ ବନ୍ଧାଇବାକୁ ସଫଳ ହୋଇ ନଥିବା ଏଜେନ୍ସି ଏବେ କିଭଳି ୧୦୦ ଫୁଟ ଘାଇ ବନ୍ଧାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତୁରନ୍ତ ଏହି ଘାଇ ବନ୍ଧାଇବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।




















