ଓଡ଼ିଶା ଲିଡ୍ସ(ଯାଜପୁର): ବ୍ରହ୍ମଣୀରେ ବନ୍ୟା ଆସିବା ଫଳରେ ବରୀ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟା ପ୍ଲାବିତ ହୋଇଥିଲା । ଏବେ ବିଭିନ୍ନ ପଞ୍ଚାୟତରୁ ବନ୍ୟା ଜଳ ଛାଡିଥିଲା ବେଳେ ଅଲିପୁର ପଞ୍ଚାୟତର ବିଭିନ୍ନ ଅଂଶ ବନ୍ୟା ଜଳରେ ବୁଡି ରହିଛି । କିଛି ଗ୍ରାମର ଲୋକ ଭେଳା ସାହାଯ୍ୟରେ ମୁଖ୍ୟ ରାସ୍ତାକୁ ଆସୁଛନ୍ତି । ବନ୍ୟା ଛାଡିବାର ୬ ଦିନ ପରେ ମଧ୍ୟ କଲେଜ ଓ ମେଡିକାଲକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ଜମା ହୋଇ ରହିଛି । ପଞ୍ଚାୟତରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି ।




















