ଓଡ଼ିଶା ଲିଡ୍ସ(ଯାଜପୁର): ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ରାଜ୍ୟ ସରକାରଙ୍କର ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନିର୍ଦ୍ଦେଶ କ୍ରମେ ଆଜି ଚିତ୍ରୀ ଗ୍ରାମ ପଞ୍ଚାୟତ ରେ ଜେନ-ଜିଙ୍କ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିତ୍ରୀ ଗ୍ରାମ ପଞ୍ଚାୟତର ଯୁବ ବିଜେଡି ସଭାପତି ନିରଞ୍ଜନ ବେହେରା ଓ ପୂର୍ବତନ ଯୁବ ସଭାପତି ସତ୍ୟବ୍ରତ ସାମଲ, ଯୁବନେତା ଭିକି କୁମାର ଦାସ ନେତୃତ୍ୱରେ ଆଜିର ବୈଠକ ଆୟୋଜିତ ହୋଇଥିଲା ।ଉକ୍ତ ବୈଠକରେ ଝାଡେଶ୍ଵର ମହାବିଦ୍ୟାଳୟ ଓ ସୁକିନ୍ଦା କଲେଜରେ ଅଧ୍ୟୟନ କରୁଥିବା ଛାତ୍ରୀ ଉକ୍ତ ବୈଠକରେ ଉପସ୍ଥିତ ରହି ନିଜର ଅଧିକାର ପାଇଁ ନିଜେ ଲଢ଼ିବା ବୋଲି ଆହ୍ବାନ ଦେଇଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳର ସ୍ୱରକୁ ଶାଣିତ କରି, ଡାନି ଭାଇଙ୍କ ନେତୃତ୍ୱକୁ ମଜଭୁତ କରିବା ସହିତ ସରକାରଙ୍କ ବିଫଳତାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ଜେନ-ଜି ମାନେ ନିଷ୍ପତି ନେଇଥିଲେ । ଆଜିର ବୈଠକରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇବା ପାଇଁ ଉପସ୍ଥିତ ଯୁବକ, ଛାତ୍ରଛାତ୍ରୀ ମାନେ ସପଥ କରିଥିଲେ ।



















