Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ସୁକିନ୍ଦାରେ ଯୁବ ବିଜେଡି କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଅପହରଣ, ୬ ଘଣ୍ଟା ପରେ ଥାନା ସମ୍ମୁଖରେ ଫୋପାଡ଼ି ଦେଲେ

ସୁକିନ୍ଦାରେ ଯୁବ ବିଜେଡି କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଅପହରଣ, ୬ ଘଣ୍ଟା ପରେ ଥାନା ସମ୍ମୁଖରେ ଫୋପାଡ଼ି ଦେଲେ

ଓଡ଼ିଶା ଲିଡ୍ସ(ଯାଜପୁର): ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ପଡିଛି ସୁକିନ୍ଦା । ବିଗତ ଦିନରେ ବିଜେପି କର୍ମୀ ବିଭିନ୍ନ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ସୁକିନ୍ଦାରେ ଆଜି ବିଜେପି କର୍ମୀଙ୍କ ଗୁଣ୍ଡାରାଜ ସୀମା ଟପିଛି । ଆଜି ବିଜେଡିର ଜଣେ ଯୁବ କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଅପହରଣ କରାଯାଇଛି । ଅପହରଣର ପ୍ରାୟ ୬ ଘଣ୍ଟା ପରେ ଜନ ସାଧାରଣଙ୍କ ତୀବ୍ର ପ୍ରତିକ୍ରିୟା ଓ ବିଜେଡି ଥାନା ଘେରିବା ଆୟୋଜନକୁ ଦେଖି ଯୁବ କର୍ମୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଡୁବୁରୀ ଥାନା ସମ୍ମୁଖରେ ଫୋପାଡ଼ି ଦେଇ ପଳାଇଛନ୍ତି । ପରେ ପୋଲିସ ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଆହତ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ ଆଜି ଦିନ ପାୟ ୩ଟା ସମୟରେ ବିଜେଡି କର୍ମୀ ରୋହିତ ଖୁଣ୍ଟିଆ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ସୁକିନ୍ଦା ଛକ ନିକଟରେ ୪ରୁ ପାଞ୍ଚ ଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ । ପରେ ତାଙ୍କୁ ସେଠାରୁ କେଉଁ ଆଡ଼କୁ ନେଇ ପଳାଇଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆ ଯାଇଥିଲା । ଏହି ଘଟଣା ସମୟରେ ତାଙ୍କ ନିକଟରେ ଜଣେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ହେଲେ ସେ ତାଙ୍କୁ ସୁରକ୍ଷା ଦେଇ ପାରି ନଥିଲେ । ଏହି ଘଟଣା ପ୍ରଚାର ହେଲା ପରେ ସୁକିନ୍ଦାରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତୁରନ୍ତ ଏସ୍ପିଙ୍କ ସହିତ ଯୋଗାଯୋଗ କରିଥିଲେ । ଅନ୍ୟ ପଟେ ବିଜେଡି ପକ୍ଷରୁ ଥାନା ଘେରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ରାତି ପ୍ରାୟ ୯ଟା ବେଳେ ତାଙ୍କୁ ଡୁବୁରୀ ଥାନା ସମ୍ମୁଖରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଆକ୍ରମଣକାରୀ ଲୁହା ରଡ଼ରେ ମାଡ଼ ମାରି ଗୁରୁତର ଆହତ କରିଛନ୍ତି । ତାଙ୍କ ମୁଣ୍ଡ ସହିତ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଏଠାରେ ସୂଚନା ଯୋଗ୍ୟ ରୋହିତ ବିଭିନ୍ନ ସମୟରେ ବିଜେପି ବିରୁଦ୍ଧରେ ଦୁର୍ନୀତିକୁ ନେଇ ସ୍ୱର ଉତ୍ତୋଳନ କରନ୍ତି । ଏ ନେଇ ରୋହିତଙ୍କ ମା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ଯାଇଛି । ଅନ୍ୟ ପକ୍ଷରେ ବିଜେଡି ଆକ୍ରମଣକାରୀ ଓ ଅପହରଣକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଯଦି ପୋଲିସ ଏ ନେଇ ଟାଳଟୁଳ ନୀତି ଅବଲମ୍ବନ କରେ ତେବେ ବିଜେଡି ରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛି । ଏହାକୁ ନେଇ ସାଧାରଣରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜିର ଘଟଣା ପରେ ସୁକିନ୍ଦାରେ ଉଟ୍ରେଜେନା8 ପ୍ରକାଶ ପାଇଛି ।

Leave a comment

Your email address will not be published. Required fields are marked *