ଓଡ଼ିଶା ଲିଡ୍ସ(ଯାଜପୁର): ନୀରବତା ଭାଙ୍ଗି ବିଜେଡିକୁ ଶଶକ୍ତ କରୁଛନ୍ତି ପୂର୍ବତନ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏକ ଦାୟିତ୍ୱ ସଂପନ୍ନ ବିରୋଧି ଦଳ ପାଇଁ ସୁଦୃଢ଼ ସଂଗଠନ ନିହାତି ଜରୁରୀ। କାରଣ ସୁଦୃଢ଼ ସଂଗଠନ ଶାସକ ଦଳର ମନମାନି ଓ ଦୁର୍ନୀତିକୁ ଦୃଢ଼ ବିରୋଧ କରିବାକୁ ସକ୍ଷମ ହୋଇଥାଏ । ଗଣତନ୍ତ୍ରରେ ଵିରୋଧି ଦଳର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କର୍ମୀଙ୍କୁ ନେଇ ବୈଠକ ବେଳେ ଏହି ବାର୍ତ୍ତା ଦେଉଛନ୍ତି ଇଂ ଘଡାଇ । ପଞ୍ଚାୟତ ସ୍ତରରେ ଚାଲୁଥିବା “କର୍ମୀ ଏକତା ବୈଠକ”ରେ ଆଜି ଚିତ୍ରୀ ଏବଂ ଗୋବର୍ଦ୍ଧନପୁର ପଞ୍ଚାୟତରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଜେଡି ସଂଗଠନ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି ଇଂ ଘଡାଇ । ବୈଠକରେ ଆଗଧାଡ଼ିର ଶତାଧିକ ବିଜେଡି କର୍ମୀ ଯୋଗଦାନ କରି ନିଜ ନିଜ ମତ ଉପସ୍ଥାପନ କରିଥିଲେ ।
