ଓଡ଼ିଶା ଲିଡ୍ସ(ଯାଜପୁର): ୮୯ ତମ ‘ଉତ୍କଳ ଦିବସ’ ପାଇଁ ସାରା ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଛି । ଆଜିର ଦିନରେ ଓଡ଼ିଶା ପାଇଥିଲା ସ୍ବତନ୍ତ୍ର ପରିଚୟ। ୧୯୩୬ ମସିହା ଏପ୍ରିଲ୍ ମାସ ୧ ତାରିଖ ଦିନ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ପ୍ରତିଷ୍ଠା ଲାଭ କରିଥିଲା। ସେହି ସମୟରେ ଆମ ରାଜ୍ୟର ନାମ ଥିଲା ଉତ୍କଳ। ତେଣୁ ଏହାକୁ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଉଛି। ଆଜି ବ୍ରହ୍ମବରଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଭାପତି ପଞ୍ଚାନନ ରାଉତଙ୍କ ସଭପତିତ୍ବରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଆଚାର୍ଯ୍ୟ ପ୍ରତିନିଧି ମନ୍ଦାକିନୀ ବେହେରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ରାଜ କୁମାର ବାରିକ ଅଥିତି ପରିଚୟ ପ୍ରଦାନ କରିଥଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ କବି ନିମାଇଁ ଚରଣ ଦାସ ଯୋଗ ଦେଇ ପ୍ରଦେଶକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ଅନେକ ବୀର ପୁରୁଷଙ୍କ ଜୀବନୀ ଉପରେ ଆଲୋକପାତ କରିଥଲେ। ବିଦ୍ୟାଳୟର ଉପସଭାପତି ମାଧବୀଲତା ରାଉତ, ସମ୍ପାଦକ ହେମନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ସନାତନ ମଣ୍ଡଳ, ସଞ୍ଜୟ କୁମାର ବେହେରା ଓ ଅନ୍ୟ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ନବୋଦୟ ଏବଂ ଆଦର୍ଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ଅନୁଷ୍କା ସାହୁଙ୍କୁ ମୁଖ୍ୟ ଅତିଥି ଶ୍ରୀ ଦାସ ପୁରସ୍କୃତ କରି ଥିଲେ। ଶେଷରେ ଆଚାର୍ଯ୍ୟ ଜ୍ଞାନେନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
