ଓଡ଼ିଶା ଲିଡ୍ସ(ଯାଜପୁର): ବରୁଆଁ-ବରୀ ରାସ୍ତାର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ଖଡା ମୂଳ ଗଦା ହୋଇ ରହିଛି । ଫଳରେ ଏହା ଏହି ରାସ୍ତାରେ ଦୁର୍ଘଟଣାର କାରଣ ହୋଇଛି । । ସ୍ଥାନୀୟ ଚାଷୀ ମାନେ ଖଡା ଚାଷ କରୁଛନ୍ତି । ଏବେ ଏଥିରୁ ମଞ୍ଜି ବାହାର କରିବାକୁ ରାସ୍ତା ଉପରେ ଗଦା କରି ଦେଉଛନ୍ତି । ରାସ୍ତାରେ ଯାଉଥିବା ଗାଡି ଏହା ଉପରେ ଚଢ଼ିବା ଦ୍ୱାରା ଏଥିରୁ ମଞ୍ଜି ବାହାରି ଯାଉଛି । ହେଲେ ରାସ୍ତାରେ ଗଦା ହୋଇଥିବା ଏହି ଖଡାମୂଳ ଯୋଗୁ ରାସ୍ତାରେ ଯାଉଥିବା ବାଇକ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଖଡା ମୂଳ ଖସରା ହୋଇଥିବା ଯୋଗୁ ବାଇକ ଚକ ସ୍ଲିପ କରି ଦୁର୍ଘଟଣା ଘଟୁଛି । ଏ ନେଇ ଯାଜପୁର ସଦର ପୋଲିସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
