ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ଦେହାନ୍ତ ହୋଇ ଯାଇଛି । ଜାରକା ମୁଖ୍ୟ ବଜାରରେ ଥିବା ତ୍ରିବେଣୀ ଡ୍ରେସ ହାଉସର ମାଲିକ ଭାବେ ସେ ବେଶ ଲୋକପ୍ରିୟ ଥିଲେ । ଯାଜପୁର ଟାଉନ ବାସିନ୍ଦା ଉମାକାନ୍ତ ପାତ୍ର ଆଜି ସକାଳ ସମୟରେ ଜାରକା ଅଭିମୁଖେ ଯାଉଥିଲା ବେଳେ ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ ଦେହକୁ ତାଙ୍କ ଯାଜପୁର ଟାଉନ ବାସଭବନକୁ ଆଣା ଯାଇଥିଲା । ସେଠାରେ ହଜାର ହଜାର ଲୋକ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
