orissaleads

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Blog Post

orissaleads > ରାଜ୍ୟ > ନୂଆପଡା ଉପନିର୍ବାଚନ: ବିଜେପି ଓ କଂଗ୍ରେସ ଅଙ୍କ ବିଗାଡି ଦେଇ ପାରନ୍ତି ନବୀନ

ନୂଆପଡା ଉପନିର୍ବାଚନ: ବିଜେପି ଓ କଂଗ୍ରେସ ଅଙ୍କ ବିଗାଡି ଦେଇ ପାରନ୍ତି ନବୀନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ବେଶ ଉଷ୍ମ ହୋଇ ପଡିଛି । ଆଜି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲା ବେଳେ ଆସନ୍ତା କାଲି ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ବିଜେଡିର ଆଗଧାଡ଼ିର ନେତା ଓ ନେତ୍ରୀ ନୂଆପଡ଼ାରେ ଭିଡ଼ ଜମାଇଲେଣି । ନୂଆପଡ଼ାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେଉଥିବା ସ୍ପଷ୍ଟ ହୋଇଛି । ବିଜେଡି ନୂଆପଡା ନିର୍ବାଚନକୁ ଗୁରୁତ୍ୱ ଦେଉନାହିଁ, ବିଜେପି ସହିତ ବିଜେଡି ଡିଲ କରିଛି ବୋଲି ତମାମ ଆଲୋଚନା ରାଜ୍ୟ ରାଜନୀତିରେ ଘୁରି ବୁଲୁଥିଲା ବେଳେ ଦଳର ସର୍ବମାନ୍ୟ ନେତା ତଥା ବିଜେଡି ସଭାପତି ନିର୍ବାଚନରେ କି ଆଭିମୁଖ୍ୟ ଗ୍ରହଣ କରିବେ ତାକୁ ନେଇ ଆଶା ଆଶଙ୍କା ଥିଲା । ହେଲେ ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ସର୍ବାଗ୍ରେ ନବୀନଙ୍କ ନାଁ ରହିଛି । ଯାହା ନବୀନ ଏହି ଉପନିର୍ବାଚନରେ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଉଥିବା ସ୍ପଷ୍ଟ ହୋଇଛି । ଦୀର୍ଘ ଦିନର ନୀରବତା ଭାଙ୍ଗି ନବୀନ ପ୍ରଚାର ମଇଦାନକୁ ଯିବା ବିଜେଡି ଦଳର ନେତା ଓ କର୍ମୀଙ୍କୁ ବେଶ ଉତ୍ସାହିତ କରିଛି । ଅନ୍ୟ ପକ୍ଷରେ ବିଜେଡି ଏହି ଉପନିର୍ବାଚନକୁ କେତେ ଗୁରୁତ୍ୱ ଦେଉଛି ତାକୁ ମଧ୍ୟ ପ୍ରମାଣିତ କରୁଛି ।

ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସଭାରେ ନିଜ ବକ୍ତବ୍ୟରେ କହିଥିଲେ ନୂଆପଡ଼ାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେବ । ମୋହନ ଏହା ଜାଣି ଶୁଣି କହିଥିଲେ କି ବିଜେଡିର ଲୋକପ୍ରିୟତା କମାଇବାକୁ ଏହା କହିଥିଲେ ତାହା ଭିନ୍ନ କଥା । ହେଲେ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପି ଓ କଂଗ୍ରେସର ଅଙ୍କ ବିଗାଡି ଦେବାକୁ ଯେ ସକ୍ଷମ ଏହା ସମସ୍ତେ ଜାଣନ୍ତି । ଗତ ନିର୍ବାଚନରେ ଦଳ ପରାଜିତ ହୋଇଛି ସତ, ଦଳ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ସୃଷ୍ଟି ହୋଇଛି, ହେଲେ ନବୀନଙ୍କ ଲୋକପ୍ରିୟତାରେ କାଣିଚାଏ ଆଞ୍ଚ ଆସିନାହିଁ । ବିଗତ ଦିନ ପରି ଆଜି ବି ରାଜ୍ୟବାସୀଙ୍କ ଶ୍ରଦ୍ଧା ସମ୍ମାନ ନବୀନଙ୍କ ପ୍ରତି ଅତୁଟ ରହିଛି । ତେଣୁ ନବୀନ ଦଳ ବଳ ନେଇ ପ୍ରଚାରକୁ ଓହ୍ଲାଇଲେ ନୂଆପଡା ଚିତ୍ର ବଦଳି ଯିବା ବିଚିତ୍ର ନୁହେଁ । ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ କହିବା ଅନୁଯାୟୀ ନବୀନଙ୍କ ସମୟରେ ନୂଆପଡାବାସୀ ନୂଆ ବିକାଶର ଚିତ୍ର ଦେଖିଥିଲେ । ନବୀନଙ୍କ ଲୋକପ୍ରିୟତା ନୂଆପଡ଼ାରେ ଢେର ଅଧିକ ରହିଛି । ଦଳ ଏଠାରେ ବିଜୟୀ ହେବ । ନବୀନ ପ୍ରଚାର ସମୟରେ ନୂଆପଡା ବିକାଶ ବିଷୟରେ କହିବା ସହିତ ୧୬ ମାସରେ ରାଜ୍ୟରେ ଦେଖା ଦେଇଥିବା ଆଇନ କାନୁନ ବ୍ୟବସ୍ଥା ବିଷୟରେ ନିଶ୍ଚିତ ମତ ଦେବେ ଏଥିରେ ସନ୍ଦେହ ନାହିଁ । ଯାହା ବିଜେପି ଓ କଂଗ୍ରେସକୁ କ୍ଷତି ପହଞ୍ଚାଇ ବିଜେଡିକୁ ଅଧିକ ଗ୍ରହଣୀୟ କରିବା ନିଶ୍ଚିତ ।

Leave a comment

Your email address will not be published. Required fields are marked *