ଓଡିଶା ଲିଡ୍ସ(ବ୍ୟୁରୋ): ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ଆସନ୍ତା କାଲି ସ୍ନେହାଙ୍ଗିନୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ଏହା ପୂର୍ବରୁ ଆଜି ବିଜେଡି ପକ୍ଷରୁ ଏକ ବିଶାଳ ରୋଡ଼ ଶୋ ଆୟୋଜିତ ହୋଇଥିଲା ।

ଏହି ରୋଡ଼ ଶୋରେ ବିଜେଡିର ରାଜ୍ୟସ୍ତରୀୟ ନେତା ଓ ନେତ୍ରୀ ଯୋଗଦାନ କରିଥିଲେ । ବିଜେଡି ଏହି ରୋଡ଼ ଶୋ କରି ଦଳ ପ୍ରତି ଲୋକଙ୍କ ସମର୍ଥନର ପ୍ରମାଣ ଦେଇଛି । ନୂଆପଡା ଉପନିର୍ବାଚନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେଉଛି । ଗତକାଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।




















