Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ନୂଆପଡା ଉପନିର୍ବାଚନ: ତିନି ଦଳ ମଧ୍ୟରେ ବିଗ ଫାଇଟ

ନୂଆପଡା ଉପନିର୍ବାଚନ: ତିନି ଦଳ ମଧ୍ୟରେ ବିଗ ଫାଇଟ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ରାଜନୀତି ପାଣି ପାଗକୁ ସରଗରମ କରିଛି ନୂଆପଡା ଉପନିର୍ବାଚନ । ବିଜେପି ଚାହୁଁଛି ଦଳ ଜିତିବ, ବିଜେଡି ଚାହୁଁଛି ଦଳ ଜିତିବ, କଂଗ୍ରେସ ବି ଚାହୁଁଛି ଦଳ ଜିତିବ । ତିନି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ରଣନୀତି ଆଙ୍କି ଚାଲିଛନ୍ତି । ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିଲାବେଳେ ତିନିଦଳ ଏବେ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ନୂଆପଡ଼ାରେ ବିଭିନ୍ନ ଦଳର ନେତା ଏବେ ଡେରା ପକାଇଛନ୍ତି ।

ବିଜେପି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ବିଜୟୀ ହେବାକୁ ଯୋଜନା କରିଥିଲା ବେଳେ ମହିଳା କାର୍ଡ ଖେଳିଛି ବିଜେଡି । ପଶ୍ଚିମ ଓଡ଼ିଶାର ଟାଣୁଆ ମହିଳା ନେତ୍ରୀ ତଥା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଅନ୍ୟପକ୍ଷରେ ସର୍ବାଧିକ ଆଦିବାସୀ ଭୋଟର ଥିବା ନୂଆପଡା ନିର୍ବାଚନ ମଣ୍ଡଳୀରେ ଆଦିବାସୀ କାର୍ଡ ଖେଳି ଗତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ି ଦ୍ଵିତୀୟ ସ୍ଥାନରେ ଥିବା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଏହି ତିନି ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲା ବେଳେ ପ୍ରକୃତରେ ତିନି ଦଳର ତିନି ନେତାଙ୍କ ସମ୍ମାନ ଏମାନଙ୍କ ସହିତ ଯୋଡି ହୋଇ ଯାଇଛି । ଜୟ ଢୋଲକିଆଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସ୍ନେହାଙ୍ଗିନୀ ଛୁରିଆଙ୍କ ସହିତ ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ଓ ଘାସିରାମ ମାଝୀଙ୍କ ସହିତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମ୍ମାନ ଯୋଡି ହୋଇଛି । ସରକାର ପରିବର୍ତ୍ତନ ପରେ ନୂଆପଡା ଉପନିର୍ବାଚନ ହେଉଥିବାରୁ ଏହା ତିନିଦଳ ପାଇଁ ଆହ୍ୱାନ ଭରା ହୋଇଛି । ବିଜେପି ବିଜୟୀ ହେଲେ ସରକାରଙ୍କ ପ୍ରତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନ ସମର୍ଥନ ଅଛି ବୋଲି ପ୍ରମାଣିତ ହେବ । ବିଜେଡି ଜିତିଲେ ଏବେ ବି ଲୋକେ ନବୀନଙ୍କ ପ୍ରତି ବିଶ୍ଵାସ ଓ ଭରସା କରିଥିବା ପ୍ରମାଣିତ ହେବ । ଅପରପକ୍ଷେ କଂଗ୍ରେସ ଜିତିଲେ ଆଗକୁ ରାଜ୍ୟବାସୀ ପୁଣି କଂଗ୍ରେସ ଉପରେ ଭରସା କରିବେ ବୋଲି ପ୍ରମାଣିତ ହେବ । ଶାସକ ଦଳ ଭାବେ ବିଜେପି ଏହି ଉପ ନିର୍ବାଚନରେ ବିଜୟୀ ହେବାକୁ ଜୋର ଲଗାଇବ ଏଥିରେ ସନ୍ଦେହ ନାହିଁ । ସବୁ କଳ, ବଳ ଓ କୌଶଳ ଲଗାଇ ବିଜେପି ତାର ପ୍ରାର୍ଥୀଙ୍କୁ ଜିତାଇବାରେ ଆଦୌ କାର୍ପଣ୍ୟ କରିବ ନାହିଁ । ହେଲେ ବିଜେଡି ଓ କଂଗ୍ରେସର ବଦଳା ଆଭିମୁଖ୍ୟ କିନ୍ତୁ ବିଜେପିର ଚିନ୍ତା ବଢ଼ାଇ ଦେଇଛି । ବେଶ କିଛି ବର୍ଷ ହେଲା ନିରବ ବସିଥିବା ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇବାର ନିଷ୍ପତି ନେବା ଦଳକୁ ବହୁ ଗୁଣରେ ଉତ୍ସାହିତ କରିଛି । ଗତ ସାଧାରଣ ନିର୍ବାଚନକୁ ସମ୍ଭବତଃ ନବୀନ ଗୁରୁତ୍ୱ ଦେଇ ଏଭଳି ନିଷ୍ପତି ନେଇଛନ୍ତି । ଗତ ନିର୍ବାଚନରେ ଅନ୍ୟମାନଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦେବା ଦ୍ୱାରା ସରକାର ପତନ ଘଟିବା ବୋଧହୁଏ ନବୀନ ବୁଝି ସାରିଛନ୍ତି ।ଯେହେତୁ ନବୀନ ମଇଦାନକୁ ଓହ୍ଲାଉଛନ୍ତି ଦଳ ମଧ୍ୟ ନୂଆପଡ଼ାରେ ବଳ ଖଟାଇବ ଏଥିରେ ସନ୍ଦେହ ନାହିଁ । ଦଳର ସବୁ ଆଗଧାଡ଼ିର ନେତା ଓ କର୍ମୀ ଏବେ ବିଭିନ୍ନ ବ୍ଲକ ଓ ଏନଏସିରେ ଦଳକୁ ସଙ୍ଗଠିତ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ନବୀନ ଖୁବ ଶୀଘ୍ର ନୂଆପଡା ଯାଇ ପ୍ରଚାର ମଧ୍ୟ କରିବେ। ନବୀନ ପ୍ରଚାର କଲେ ଦଳର ସ୍ଥିତି ବଦଳିବ ବୋଲି ଦଳ ଆଶା କରିଛି । ବିଜେଡି ଦଳ କିଛି ମାସ ମଧ୍ୟରେ ଅନେକ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛି ସତ ହେଲେ ନବୀନଙ୍କ ଲୋକପ୍ରିୟତା ଉପରେ ଏହାର କେତେ ପ୍ରଭାବ ପଡିଛି ତାହା ଏଠାରେ ନିଶ୍ଚିତ ପ୍ରମାଣିତ ହେବ । ଏବେ ବି ଭୋଟରଙ୍କ ଭାବାବେଗ ନବୀନ ଓ ଶଙ୍ଖ ଚିହ୍ନ ସହିତ ରହିଛି ଏଥିରେ ସନ୍ଦେହ ନାହିଁ । ଅନ୍ୟ ପକ୍ଷରେ ଗତ ଦୁଇ ଦଶନ୍ଧି ଧରି ସବୁ ନିର୍ବାଚନରେ କଂଗ୍ରେସ ଦଳ କେବଳ ନାମକୁ ମାତ୍ର ଲଢେଇ କରୁଥିଲା ଏହା ସମସ୍ତେ ଜାଣନ୍ତି । ହେଲେ ଅନୁଭବୀ ନେତା ଭକ୍ତ ଚରଣ ଦାସ ଦଳର ଦାୟିତ୍ୱ ନେଲା ପରେ ଦଳକୁ ଭିନ୍ନରୁପରେ ଆଗକୁ ନେଉଛନ୍ତି । ତିନି ଦଳ ମଧ୍ୟରୁ ନୂଆପଡ଼ାରେ କଂଗ୍ରେସ ପ୍ରଥମେ ନିଜର ପ୍ରାର୍ଥୀ ଘୋଷଣା କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ଦଳ ଏବେ ଏହି ଆସନରେ ଜିତିବାକୁ ଯେମିତି ପଣ କରିଛି । ଦଳ ବେଶ ସଙ୍ଗଠିତ ଉପାୟରେ ଆଗକୁ ବଢୁଥିଲା ବେଳେ ନୂଆପଡ଼ାରେ କିନ୍ତୁ ଏକପାଖିଆ ଭୋଟ ହେବ ନାହିଁ ଏହା ସତ । ଏବେ ସୁଦ୍ଧା ତିନିଦଳ ମଧ୍ୟରେ ବିଗ ଫାଇଟ ହେଉଥିଲା ବେଳେ ଆଗକୁ ଜୋରଦାର ଲଢେଇ ହେବ ଏଥିରେ ସନ୍ଦେହ ନାହିଁ ।

Leave a comment

Your email address will not be published. Required fields are marked *