Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ବ୍ୟାପୁଛି ମାରାତ୍ମକ ରୋଗ: ଓଡ଼ିଶା ରାଜ୍ୟ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ରିପୋର୍ଟକୁ ଗୁରୁତ୍ୱ ନଦେଇ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ-ଇଂ ପ୍ରୀତିରଞ୍ଜନ ଘଡାଇ

ବ୍ୟାପୁଛି ମାରାତ୍ମକ ରୋଗ: ଓଡ଼ିଶା ରାଜ୍ୟ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ରିପୋର୍ଟକୁ ଗୁରୁତ୍ୱ ନଦେଇ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ-ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରକୁ ଲୋକ ସରକାରର ଆଖ୍ୟା ଦେଇଛନ୍ତି । ହେଲେ ଲୋକ ସରକାରରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଏକ କମ୍ପାନୀ ବିରୁଦ୍ଧରେ ପଦକ୍ଷେପ ନେଇ ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ ନକରିବା ଚିନ୍ତାର ବିଷୟ ହୋଇଛି । ରାଜ୍ୟ ସରକାର କିମ୍ବା ଯାଜପୁର ଜିଲ୍ଲା ପ୍ରଶାସନ ପଦକ୍ଷେପ ନ ନେଇ ଚୁପ ବସିବା ସାଧାରଣ ଲୋକଙ୍କ ପ୍ରତି ସରକାର କେତେ ଦାୟିତ୍ୱବାନ ତାକୁ ମଧ୍ୟ ପ୍ରମାଣିତ କରୁଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ କହିଛନ୍ତି ସୁକିନ୍ଦାରେ ସ୍ଥାପିତ ହୋଇଥିବା ରାମକୀ ୱେଷ୍ଟ ମ୍ୟାନେଜମେଣ୍ଟ ୟୁନିଟ ଚତୁର୍ପାର୍ଶ୍ୱରେ ଥିବା ସୁକିନ୍ଦା ବ୍ଳକର ୭ ଗୋଟି ପଞ୍ଚାୟତର ଜନ ସାଧାରଣଙ୍କ ଜୀବନ ବିପଦରେ ପଡିଛି । ରାମକୀର ଏହି ୟୁନିଟ ପାଇଁ ଏହି ୭ ପଞ୍ଚାୟତର ଭୂତଳ ଜଳ ଏବେ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ । ଏହି ପାଣି ବ୍ୟବହାର କରିବା ଦ୍ୱାରା ଲୋକମାନେ ମାରାତ୍ମକ ଚର୍ମ ରୋଗ, କିଡନୀ ରୋଗ ସହିତ କ୍ୟାନ୍ସର ରୋଗରେ ପୀଡିତ ହେଉଛନ୍ତି । ଦିନକୁ ଦିନ ଏହି ଅଞ୍ଚଳରେ ବିଭିନ୍ନ ମାରାତ୍ମକ ରୋଗ ବ୍ୟାପୁଥିଲା ବେଳେ ଏହା ଗମ୍ଭୀର ଚିନ୍ତାର ବିଷୟ ହୋଇଛି । ପଶୁ ପକ୍ଷୀ ମଧ୍ୟ ଏହି ପାଣି ବ୍ୟବହାର କରି ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏହାକୁ ନେଇ ଅଭିଯୋଗ ହେଲା ପରେ ନିକଟରେ ଓଡିଶା ରାଜ୍ୟ ଷ୍ଟେଟ ପଲ୍ୟୁସନ କଂଟ୍ରୋଲ ବୋର୍ଡ ଏହି ଜଳର ପରୀକ୍ଷଣ କରି ଏହି ଜଳରେ ମାରାତ୍ମକ ହେଭି ମେଟାଲ(ଲିଡ଼, ଫ୍ଲୋରାଇଡ଼ ଓ ଅନ୍ୟ ରସାୟନ)ଥିବା ପ୍ରକାଶ କରିଛନ୍ତି । ଯାହା ଦ୍ୱାରା ଏହି ପାଣିକୁ ବ୍ୟବହାର କରିବା ଦ୍ୱାରା ଲୋକମାନେ ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି । କେବଳ ସେତିକି ନୁହେଁ ବର୍ଷା ଦିନେ ଏହି ବିଷାକ୍ତ ପାଣି ନାଳ, ପୋଖରୀ, ନଳକୂପ ଓ ଅନ୍ୟ ଜଳ ଉତ୍ସରର ମିଶିବା ଦ୍ୱାରା ଏହାକୁ ବ୍ୟବହାର କରୁଥିବା ମଣିଷ ଓ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହେଉଛନ୍ତି । ଏହା ଦ୍ୱାରା ଚାଷ ମଧ୍ୟ ପ୍ରଭାବିତ ହେଉଛି । ଓଡ଼ିଶା ଷ୍ଟେଟ ପଲ୍ୟୁସନ କଂଟ୍ରୋଲ ବୋର୍ଡ ଏହି ମାରାତ୍ମକ ରିପୋର୍ଟ ଦେଲା ପରେ ମଧ୍ୟ ସରକାର ଏହାର ଅଧିକ ପରୀକ୍ଷଣ ପାଇଁ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ଼କୁ ପାଣିର ଅଧିକ ପରୀକ୍ଷଣ ପାଇଁ ନ ପଠାଇବା ଚିନ୍ତାର ବିଷୟ ହୋଇଛି । ରାମକୀ କମ୍ପାନୀର ଏହି ୟୁନିଟରୁ ନିର୍ଗତ ରାସାୟନିକ ପଦାର୍ଥ ମିଶ୍ରିତ ଜଳ ଭୂତଳ ଜଳରେ ମିଶି ଏହାକୁ ମରାତ୍ମକ ଭାବେ ଅଶୋଧିତ କରି ଦେଇଛି । ଏହି କମ୍ପାନୀର ୱେଷ୍ଟ ମ୍ୟାନେଜମେଣ୍ଟ ୟୁନିଟକୁ ଜିଲ୍ଲା ପ୍ରଶାସନ ତୁରନ୍ତ ବନ୍ଦ କରିବା ବଦଳରେ ଏହାକୁ ଚାଲୁରଖି ସୁକିନ୍ଦାର ହଜାର ହଜାର ନିରୀହ ଲୋକଙ୍କ ଜୀବନ ସହିତ ଖେଳ ଖେଳ ଖେଳିବା ଭଳି ହୋଇଛି । ତୁରନ୍ତ ଏ ବିଷୟରେ ପଦକ୍ଷେପ ନ ନେଲେ ହଜାର ହଜାର ନିରୀହ ଲୋକଙ୍କ ଜୀବନ ସହିତ ପଶୁ ପକ୍ଷୀଙ୍କ ଜୀବନ ଦୀପ ଅଦିନରେ ଲିଭିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ମତ ଦେଇଛନ୍ତି ଇଂ ଘଡାଇ ।

Leave a comment

Your email address will not be published. Required fields are marked *