Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ଯାଜପୁର ଡିଏମଏଫ ଅର୍ଥରୁ ଜିଲ୍ଲା ବାହାରେ ୭୦ ଭାଗ, ଜିଲ୍ଲାରେ ଖର୍ଚ୍ଚ ହେଉଛି ୩୦ ଭାଗ: କେବେ କ୍ଷମା ଦେବେ ନାହିଁ ସୁକିନ୍ଦାବାସୀ-ଇଂ ପ୍ରୀତିରଞ୍ଜନ

ଯାଜପୁର ଡିଏମଏଫ ଅର୍ଥରୁ ଜିଲ୍ଲା ବାହାରେ ୭୦ ଭାଗ, ଜିଲ୍ଲାରେ ଖର୍ଚ୍ଚ ହେଉଛି ୩୦ ଭାଗ: କେବେ କ୍ଷମା ଦେବେ ନାହିଁ ସୁକିନ୍ଦାବାସୀ-ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଖଣି ପ୍ରଭାବିତ ଅଞ୍ଚଳର ବିକାଶ ସହିତ ପ୍ରଭାବିତ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଗମନା ଗମନ, ପାରିପାର୍ଶ୍ବିକ ବିକାଶ ପାଇଁ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି(ଡିଏମଏଫ)ଗଠନ କରାଯାଇଛି । ଖଣି ଖାଦାନ ପୂର୍ଣ୍ଣ ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ସୁକିନ୍ଦା ଓ ଦାନଗଦି ସମ୍ପୂର୍ଣ୍ଣ ଖଣି ପ୍ରଭାବିତ ଅଞ୍ଚଳ । ଏହି ଦୁଇଟି ବ୍ଳକର ୪୮ ଗୋଟି ପଞ୍ଚାୟତ ଖଣି ପ୍ରଭାବିତ । ହେଲେ ଅତି ଆଶ୍ଚର୍ଯ୍ୟ ଜନକ ଭାବେ ଏହି ୪୮ ପଞ୍ଚାୟତ ମଧ୍ୟରୁ ୫ ପଞ୍ଚାୟତ ଡିଏମଏଫ ରୁ ବାଦ ପଡିଛି । କେବଳ ଏତିକି ନୁହେଁ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ୭୦ ଭାଗ ଅର୍ଥ ଜିଲ୍ଲା ବାହାର ପଡୋଶୀ ଜିଲ୍ଲାରେ ଖର୍ଚ୍ଚ ହେଉଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ଖଣି ପ୍ରଭାବିତ ଅଞ୍ଚଳର ଯୁବକ ମାନେ ଖଣିରେ କାମ ପାଉ ନଥିଲା ବେଳେ ଖଣି ଅଞ୍ଚଳ ବିକାଶର ଅର୍ଥ ଜିଲ୍ଲା ବାହାରେ ଖର୍ଚ୍ଚ ହେଉଛି । ଅତି ଚଞ୍ଚକତା ପୂର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ଖଣି ପ୍ରଭାବିତ ଅଞ୍ଚଳର ଲୋକ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଟ୍ରଷ୍ଟ ବୋର୍ଡରେ ସାମିଲ ନକରି ସେମାନଙ୍କୁ ଦୂରେଇ ରଖିଛନ୍ତି । ଟ୍ରଷ୍ଟ ବୋର୍ଡ଼ରେ ସେମାନଙ୍କ ନାମ ସାମିଲ ନଥିବାରୁ ସେମାନଙ୍କୁ ବୈଠକକୁ ମଧ୍ୟ ଡ଼କା ଯାଉନାହିଁ । ଫଳରେ ସେମାନେ ଟ୍ରଷ୍ଟ ବୋର୍ଡର ମନମାନିକୁ ମଧ୍ୟ ବୈଠକରେ ବିରୋଧ କରି ପାରୁ ନାହାନ୍ତି । ଏହା ସହିତ ନିଜ ଅଞ୍ଚଳର ସମସ୍ୟା ଓ ତାର ସମାଧାନ ପାଇଁ ମଧ୍ୟ ସେମାନେ ଦାବି ଉପସ୍ଥାପନ କରି ପାରୁ ନାହାନ୍ତି । ନିକଟରେ ଟ୍ରଷ୍ଟ ବୋର୍ଡର ଏକ ବୈଠକ ଆୟୋଜିତ ହୋଇଥିଲା ବେଳେ ଖଣି ପ୍ରବାଭିତ ଅଞ୍ଚଳର ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରାଯାଇନାହିଁ । ଯାହାକୁ ନେଇ ଖଣି ପ୍ରଭାବିତ ଅଞ୍ଚଳର ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ପ୍ରତିକ୍ରିୟା ମଧ୍ୟ ସାଧାରଣ ସ୍ତରକୁ ବ୍ୟାପିଛି ।

ଏହାକୁ ନେଇ ପୂର୍ବତନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ୭୦ ଭାଗ ଅର୍ଥ କିଭଳି ଜିଲ୍ଲା ବାହାରେ ଖର୍ଚ୍ଚ ହେଉଛି ତାକୁ ନେଇ ପ୍ରଶ୍ନ କରିବା ସହିତ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ୫ ପଞ୍ଚାୟତ ଏଥିରୁ ବାଦ ପଡିଛି ତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ସରକାର ଆସିବ ଯିବ, ହେଲେ ସରକାରଙ୍କ ବିଧି ବ୍ୟବସ୍ଥା କିଭଳି ପରିବର୍ତ୍ତନ ହେଉଛି । ଲୋକ ପ୍ରତିନିଧି ମାନଙ୍କୁ ବୈଠକରୁ ଚଞ୍ଚକତା କରି ଦୂରେଇ ରଖା ଯାଉଛି । ନିଜ ଅଞ୍ଚଳର ସମସ୍ୟା ପ୍ରକାଶ କରି ସମାଧାନ କରିବାକୁ ସେମାନଙ୍କୁ ସୁଯୋଗ ନଦେବା ଅତ୍ୟନ୍ତ ଗମ୍ଭୀର ବିଷୟ ହୋଇଛି । ଏହା ଦ୍ୱାରା ସାଧାରଣ ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି । ସରକାର ଓ ଜିଲ୍ଲା ପ୍ରଶାସନର ଏହି ମନମାନିକୁ ଖଣି ଅଞ୍ଚଳବାସୀ କେବେ କ୍ଷମା କରିବେ ନାହିଁ । ନୂତନଭାବେ ନିର୍ବାଚିତ ସୁକିନ୍ଦା ଲୋକ ପ୍ରତିନିଧି ଏ ବିଷୟରେ ଜାଣିଛନ୍ତି କି ନାହିଁ ସେ ନେଇ ସେ ସନ୍ଦେହ ବ୍ୟକ୍ତ କରିଛନ୍ତି । ଯଦି ନବ ନିର୍ବାଚିତ ଲୋକ ପ୍ରତିନିଧି ୭୦ ଭାଗ ଅର୍ଥ ବାହାର ଜିଲ୍ଲାରେ ଖର୍ଚ୍ଚ ହେଉଥିବା ଜାଣିଛନ୍ତି ତେବେ ଏହାର ବିରୋଧ କରିଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ଦିନକୁ ଦିନ ଏହି ବିବାଦ ଅଧିକ ଘନୀଭୂତ ହେଉଛି ଖଣି ପ୍ରଭାବିତ ଅଞ୍ଚଳରେ । କେବଳ ଲୋକ ପ୍ରତିନିଧି ନୁହଁନ୍ତି ସାଧାରଣ ଲୋକେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଶୀଳ ହୋଇ ପଡିଛନ୍ତି । ଆଗକୁ ଖଣି ଅଞ୍ଚଳରେ ଏହାକୁ ନେଇ ବଡ଼ ଆନ୍ଦୋଳନକୁ ଏଡାଇ ଦେଇ ହେବ ନାହିଁ । ଜିଲ୍ଲା ପ୍ରଶାସନ ଏ ନେଇ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇଛି । ଖଣି ଅଞ୍ଚଳରେ ବାହାର ରାଜ୍ୟର ଲୋକଙ୍କ ନିଯୁକ୍ତି ବଢି ଚାଲିଥିଲା ବେଳେ ଖଣି ଅଞ୍ଚଳର ବିକାଶ ବାଟବଣା ହୋଇ ପଡିଛି । ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ବିପୁଳ ଅର୍ଥ ଜିଲ୍ଲା ବାହାରେ ଖର୍ଚ୍ଚ ହେବାକୁ ଜିଲ୍ଲାବାସୀ ସହଜରେ ଗ୍ରହଣ କରୁ ନାହାନ୍ତି ।

Leave a comment

Your email address will not be published. Required fields are marked *