ଓଡ଼ିଶା ଲିଡ୍ସ(ଯାଜପୁର): ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ସାଇ ପ୍ରସାଦ କଣ୍ଠ(୧୪)। ସେ ମୁଗୁପାଳ ହାଇସ୍କୁଲରେ ୮ମ ଶ୍ରେଣୀରେ ପାଠ ପଡୁଥିଲେ । ଆଜି ସ୍କୁଲ ନଯାଇ ସେ ନଦୀକୁ ଗାଧେଇବାକୁ ଯାଇଥିଲେ । ସେ ବରାନ୍ସ ଗ୍ରାମର ରାଜେନ୍ଦ୍ର କଣ୍ଠଙ୍କ ପୁଅ ବୋଲି ଜଣାପଡିଛି । ଛାତ୍ରଙ୍କ ମୃତ୍ୟୁରେ ସ୍କୁଲ ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।




















