Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ସୁନାର ସୁକିନ୍ଦାରେ ଦାଦନ ଦୁଃଖ: ଦାଦନ ଯିବାକୁ ପ୍ରସ୍ତୁତ ହେଉଛନ୍ତି ସାରୁଆବିଲର ୬୨ ଶ୍ରମିକ

ସୁନାର ସୁକିନ୍ଦାରେ ଦାଦନ ଦୁଃଖ: ଦାଦନ ଯିବାକୁ ପ୍ରସ୍ତୁତ ହେଉଛନ୍ତି ସାରୁଆବିଲର ୬୨ ଶ୍ରମିକ

ଓଡ଼ିଶା ଲିଡ୍ସ(ଯାଜପୁର): ବଳିଷ୍ଠ ନେତୃତ୍ବର ଅଭାବ କାରଣରୁ ଉଜୁଡିବାକୁ ବସିଲାଣି ସୁନାର ସୁକିନ୍ଦା । ଶାନ୍ତିର ଏହି ଉପତ୍ୟକା ଉପରେ ଭୟ, ଆତଙ୍କ ଓ ଅବିଶ୍ୱାସର ଚାଦର ଢାଙ୍କି ହୋଇ ପଡ଼ିଥିଲା ବେଳେ ଶ୍ରମିକ ଏବେ ନିଜ ଭବିଷ୍ୟତ ଚିନ୍ତାରେ ପଡିଛି । ନିଜ ମାଟିରେ ନିଜ ପେଟ ପାଇଁ ଓ ନିଜ ପରିବାରର ପେଟପାଇଁ ଦାନା ଯୋଗାଡ଼ କରିବା କଷ୍ଟ ହୋଇ ପଡିଛି । ପରିବର୍ତ୍ତନ ଆଳରେ ବିଚରା ଶ୍ରମିକ ନୟାନ୍ତ ହୋଇ ପଡିଛି । ଶ୍ରମିକଙ୍କ ମୁଣ୍ଡରେ ଦଳୀୟ ଟୋପି ପିନ୍ଧାଇ ନିଜ ଶକ୍ତି ଓ ସଂଗଠନ ବଳ ଦେଖାଇବାକୁ କମର କସୁଥିବା ନେତା କିନ୍ତୁ ଶ୍ରମିକଙ୍କ ମନର କଥା ଓ ବ୍ୟଥା ବୁଝିବାକୁ ଆଦୌ ଆଗ୍ରହ ଦେଖାଉ ନାହାନ୍ତି । ଦଳୀୟ ଟୋପି ନ ପିନ୍ଧିଲେ ଛଟେଇ ହେବାର ଭୟ ଶ୍ରମିକଙ୍କୁ ଦଳୀୟ ଟୋପି ସିନା ପିନ୍ଧାଇ ଦେଉଛି, ହେଲେ ଟୋପି ପିନ୍ଧିଲା ପରେ ବି ଛଟେଇ ହେଉଛନ୍ତି । ଯାହା ଦେଖିବାକୁ ମିଳିଛି ସାରୁଆବିଲ କମର୍ଦ୍ଦା ଖଣିରେ । ଖଣିରେ ଶ୍ରମିକ ଭାବେ କାମ କରୁଥିବା ୬୨ ଶ୍ରମିକ ଛଟେଇ ହୋଇ ଘରେ ବସିଥିଲା ବେଳେ ଏବେ ଦାଦନ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ନିଜ ଭିଟା ମାଟି ଛାଡି ନିଜ ପିଲା ପରିବାର ଠାରୁ ଦୂରରେ ରହି ଦୁଇ ପଇସା ରୋଜଗାର କରିବାକୁ ସେମାନେ ଦାଦନ ଯିବାକୁ ବାଧ୍ୟ ହୋଇଛନ୍ତି । ଆଉ ଯଦି ଦାଦନ ନଖଟିବେ ପିଲା ଛୁଆ ଓପାସରେ ରହିବେ । ଏଭଳି ସ୍ଥିତି ଏବେ ସୁନାର ସୁକିନ୍ଦାରେ ।

ଏହାକୁ ନେଇ କିଛି ଶ୍ରମିକ କୁହନ୍ତି ନାଲି ଆଖି, ଛଟେଇ ଭୟରେ ଆମେ ଦଳୀୟ ଟୋପି ପିନ୍ଧିଲୁ । ଏହା ପରେ ବି ଆମକୁ ଛଟେଇ କଲେ । ଯିଏ ଟୋପି ପିନ୍ଧିବାକୁ କହିଲେ ଏବେ ତାଙ୍କୁ କହିଲେ ସିଏ ଶୁଣୁ ନାହାନ୍ତି । ଓଲଟା କହୁଛନ୍ତି ତୁମ କଥା ତୁମେ ବୁଝ । ଆମ ମାଟିରେ ବାହାର ଲୋକ ରୋଜଗାର କରିବେ ଆମେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବୁ । ଆମ କଥା ଶୁଣିବ କିଏ ନା ବୁଝିବ କିଏ । ସରକାର ଆମକୁ ଦାଦନ ସଜେଇ ଦେଲେ ।

Leave a comment

Your email address will not be published. Required fields are marked *