Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇଂ ପ୍ରୀତିରଞ୍ଜନ ଘଡାଇ: ସିଣ୍ଡିକେଟ ଜରିଆରେ ଲୁଟ ହେଉଛି ଖଣି, ସରକାର ନିରବ ନବସି ତଦନ୍ତ କରିବା ଜରୁରୀ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇଂ ପ୍ରୀତିରଞ୍ଜନ ଘଡାଇ: ସିଣ୍ଡିକେଟ ଜରିଆରେ ଲୁଟ ହେଉଛି ଖଣି, ସରକାର ନିରବ ନବସି ତଦନ୍ତ କରିବା ଜରୁରୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଯାଜପୁର ଜିଲ୍ଲା ସୁକିନ୍ଦାରେ ସିଣ୍ଡିକେଟ ଜରିଆରେ ଖଣି ଦୁର୍ନୀତି ହେଉଛି ଯାହା ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଗୁରୁତ୍ଵପୂର୍ଣ୍ଣ ବିଷୟ ହଉଥିଲା ବେଳେ ସରକାର ଏହାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଦେଶର ଶତକକଡା ୯୮ ପ୍ରତିଶତ କ୍ରୋମାଇଟ ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଅଂଚଳରେ ଗଚ୍ଛିତ ଅଛି । ସେଥିମଧ୍ୟରୁ ଅଧିକାଂଶ ଖଣି ରାଜ୍ୟ ସରକାରଙ୍କ ଓଡିଶା ଖଣି
ନିଗମ(ଓ.ଏମ.ସି) ହାତରେ ଅଛି ।
ଓ.ଏମ.ସି ବର୍ତ୍ତମାନ ସାଉଥ କାଳିଆପାଣି ଡି କ୍ଵାରୀ, ସାଉଥ କାଳିଆପାଣି ଏଫ କ୍ଵାରୀ ଏବଂ
ସୁକରଙ୍ଗୀ ଖଣିରୁ କ୍ରୋଇମାଇଟ ଉତ୍ତୋଳନ କରି ଖୋଲା ବଜାରରେ ବିକ୍ରୟ କରୁଛି ।

ଓଡିଶା ଖଣି ନିଗମ ୪୦ ପ୍ରତିଶତରୁ କମ୍, ୪୦ରୁ ୪୨ ପ୍ରତିଶତ, ୪୨ରୁ ୪୪ ପ୍ରତିଶତ, ୪୪ରୁ ୪୬ ପ୍ରତିଶତ, ୪୬ରୁ ୪୮ ପ୍ରତିଶତ, ୪୮ରୁ ୫୦ ପ୍ରତିଶତ, ୫୨ରୁ ୫୪ ପ୍ରତିଶତ ଏବଂ ୫୪ ପ୍ରତିଶତରୁ ଅଧିକ କ୍ରୋମ ଓରକୁ ପ୍ରତି ମାସ ବିକ୍ରୟ କରୁଛି ।
ବିଡମ୍ବନା ଓ ଚିନ୍ତାର ବିଷୟ ହେଉଛି ଓ.ଏମ.ସି ବିଗତ ଏକ ବର୍ଷ ଧରି -୪୦ ପ୍ରତିଶତ(-40%Cr₂O3) ଗ୍ରେଡର କ୍ରୋମାଇଟକୁ ଯେଉଁ ଭଳି ଭାବରେ ପାଖାପାଖି ସମାନ ଦରରେ(୯,୧୨୦ ଟଙ୍କାରୁ ୯,୯୯୦
ଟଙ୍କା ମଧ୍ୟରେ) ବିକ୍ରୟ କରୁଛି ତାହା ସମସ୍ତଙ୍କ ମନରେ ଲୁଟର ସନ୍ଦେହକୁ ଜାଗ୍ରତ କରୁଛି । ଏହା ଏକ ଟେଣ୍ଡର ଫିକ୍ସିଂ ଆଡକୁ ମଧ୍ୟ ସ୍ପଷ୍ଟ ଇଙ୍ଗିତ କରୁଛି ।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଗତ ସେପ୍ଟେମ୍ବର–ଅକ୍ଟୋବର ମାସରେ ୪୦ରୁ ୪୨ ପ୍ରତିଶତ ଥିବା
କ୍ରୋମ ଓରକୁ ଟନ୍‌ ପ୍ରତି ୨୧,୨୩୭ ଟଙ୍କାରେ ଓ.ଏମ.ସି ବିକ୍ରୟ କରିଥିବା ବେଳେ ୪୦ ପ୍ରତିଶତରୁ କମ ଥିବା କ୍ରୋମ ଓରକୁ କିଭଳି ଭାବରେ ଟନ ପ୍ରତି ମାତ୍ର ୯,୯୫୦ ଟଙ୍କାରେ ବିକ୍ରୟ କରାଯାଇଛି ? ଯେତେବେଳେ ସବୁ ପ୍ରକାର କ୍ରୋମ ଓରର ଦର ବଜାର ଦର ଅନୁସାରେ ବଢୁଛି ଓ କମୁଛି, ସେତେବେଳେ -୪୦ ଗ୍ରେଡ କ୍ରୋମ ଓରର ଦର ବୃଦ୍ଧି ନହୋଇ ପାଖାପାଖି ସମାନ ଏବଂ ବହୁତ କମ୍ ରହୁଛି କେମିତି ? ପ୍ରତି ମାସରେ ପ୍ରାୟ ସମାନ କ୍ରେତା ପାଖାପାଖି ସମାନ ଦର ପକାଇ -୪୦ ଗ୍ରେଡ କ୍ରୋମ ଓରକୁ କିଣୁଛନ୍ତି । ବିକ୍ରି ସମୟରେ ବଜାର ଦର ଅନୁସାରେ ଏହି ଓରର ମୂଲ୍ୟ ବୃଦ୍ଧି ହେଉନାହିଁ କାହିଁକି ? ସାଧାରଣରେ ଆଲେଚନା ହେଉଛି ଯେ, ଜଣେ ନିର୍ଦ୍ଦିଷ୍ଟ ରାଜନେତା ଓ ଖଣି ମାଫିଆଙ୍କ ସିଣ୍ଡିକେଟର ପ୍ରରୋଚନାରେ କିଛି ସି.ଓ.ବି ପ୍ଲଟ ମାଲିକ, ଖଣି ପରିବହନ କାରୀ(ଟ୍ରାନ୍ସ ପୋଟିଂ କଂଟ୍ରାକ୍ଟର) ଏବଂ ଲୋଡି କଂଟ୍ରାକ୍ଟର ମାନେ ଏକ ସିଣ୍ଡିକେଟରେ ସାମିଲ ହୋଇ ଖୁବ୍ କମ୍ ଦାମରେ -୪୦ ଗ୍ରେଡ କ୍ରୋମ ଓରକୁ କ୍ରୟ କରୁଛନ୍ତି ଓ ଅଧିକ ମୂଲ୍ୟରେ ବିକ୍ରି କରି କୋଟି କୋଟି ଟଙ୍କା ରାଜସ୍ୱ ଲୁଟ କରୁଛନ୍ତି ।

ଓ.ଏମ.ସି କର୍ତ୍ତୃପକ୍ଷ ଏ ବିଷୟରେ ଜାଣି ସୁଦ୍ଧା ଏହାର ତଦନ୍ତ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବା ଏହି ସିଣ୍ଡିକେଟକୁ ଅଧିକ ପ୍ରୋତ୍ସାହିତ କରୁଛି । ଏହି ବିପୁଳ ଲାଭାଂଶରୁ ଓ .ଏମ.ସି କାର୍ତ୍ତୁରପକ୍ଷଙ୍କ ଭାଗ କେତେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏହା ଖଣି ବିଭାଗ ଅଧିକାରୀଙ୍କ ସ୍ଵଛତା ପ୍ରତି ମଧ୍ୟ ଏହା ଆଙ୍ଗୁଳି ନିର୍ଦେଶ କରୁଛି । ଏହା ଫଳରେ ରାଜ୍ୟ ସରକାର ଏବଂ ଓଡିଶା ଖଣି ନିଗମ ହଜାର ହଜାର କୋଟି ଟଙ୍କାର ରାଜସ୍ଵ ହରାଉଥିଲା ବେଳେ ସିଣ୍ଡିକେଟ ସଦସ୍ୟ କୋଟି କୋଟି ଟଙ୍କା ମୁନାଫା କମାଉଛନ୍ତି ।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସେମାନେ “ଖଣି ମାଫିଆଙ୍କ କମର ଭାଙ୍ଗିଦେବେ ଏବଂ ଦୁର୍ନୀତିକୁ ଆଦୌ ପ୍ରଶୟ ଦେବେ ନାହିଁ”, କିନ୍ତୁ ସୁକିନ୍ଦା ଖଣି ଅଞ୍ଚଳରେ ହଜାର ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହେଉଥିବା ବେଳେ ଏଥିପ୍ରତି ଦୃଷ୍ଟି ନଦେବା ଚିନ୍ତାର ବିଷୟ ହୋଇଛି । କାହିଁକି ଏହି ଖଣି ମାଫିଆଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ? ରାଜ୍ୟ ଖଣି ବିଭାଗ, ଭିଜିଲାନ୍ସ ବିଭାଗ ଏ ବିଷୟରେ ନିରବ ବସିଛନ୍ତି କାହିଁକି ? କାହା ଇଙ୍ଗିତରେ ଘଟଣାର ତଦନ୍ତ କରିବାକୁ ସରକାର ପଛଘୁଞ୍ଚା ଦେଉଛନ୍ତି ?

ମୁଁ ଏତଦ୍ଵାରା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ଯଦି ସେ ସ୍ଵଚ୍ଛ ଏବଂ ଲୋକଙ୍କ ମୁଖ୍ୟମନ୍ତ୍ରୀ ତେବେ ସୁକିନ୍ଦାରେ ଚାଲିଥିବା ଏହି ଖଣି ଦୁର୍ନୀତିର ଉନ୍ମୋଚନ ପାଇଁ ଏହାର ଇ.ଡି କିମ୍ବା ସି.ବି.ଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ଏଥିରେ ସଂପୃକ୍ତ ଥିବା ରାଜନେତା, ଖଣି ମାଫିଆ, ଖଣି ଅଧିକାରୀ, କ୍ରେତା, ଟ୍ରାନ୍ସପୋର୍ଟର ଏବଂ ଲୋଡିଂ କଣ୍ଟ୍ରାକ୍ଟରଙ୍କୁ ତଦନ୍ତ ପରିସରଭୁକ୍ତ କରି ଦୋଷିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ଓ ସିଣ୍ଡିକେଟ ପାଇଁ କ୍ଷତି ସହିଥିବା ସରକାର ସେମାନଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରି ରାଜ୍ୟ ରାଜକୋଷକୁ ସମୃଦ୍ଧ କରନ୍ତୁ । ଏହା ସହିତ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭବିଷ୍ୟତରେ ଏଭଳି ଦୁର୍ନୀତି ଯେଭଳି ନହୁଏ ସେଥିପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ ବୋଲି କହିଛନ୍ତି ଇଂ ପ୍ରୀତିରଞ୍ଜନ ଘଡାଇ ।

Leave a comment

Your email address will not be published. Required fields are marked *