ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଟାଉନ ଲଳିତେଶ୍ୱର ନଗରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ବାର୍ଷିକ ଉତ୍ସବ ପାଇଁ ବଡ଼ି ସକାଳୁ ମାଙ୍କ ମହାସ୍ନାନ ସହିତ ପୂଜାର୍ଚ୍ଚନା, ନୈବେଦ୍ୟ ପ୍ରଦାନ ପରେ ହୋମ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟରେ ନଗରବାସୀ ଯୋଗଦାନ କରିବା ସହିତ ମାଙ୍କ ଦର୍ଶନ କରି ଆଶିର୍ବାଦ କାମନା କରିଥିଲେ । ନଗରବାସୀ ମିଳିତ ହୋଇ ପ୍ରସାଦ ସେବନ କରିଥିଲେ ।




















