ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ବ୍ଲକ୍ ଚିଙ୍ଗୁଡ଼ିପାଳ ପଞ୍ଚାୟତର ପୋଡ଼ାଅରା ଗ୍ରାମରେ ଆୟୋଜିତ ଚକି ଖେଳରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।ଗ୍ରାମବାସୀ ମାନଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯିବା ସହିତ ଖେଳ ପଡ଼ିଆକୁ ପାଛୋଟି ନିଆ ଯାଇଥିଲା । ସେଠାରେ ଇଂ ଘଡାଇ ଖେଳାଳି ମାନଙ୍କ ସହିତ ପରିଚିତ ହେଲା ପରେ କିଛି ସମୟ ଚକି ମଧ୍ୟ ଖେଳିଥିଲେ ।

ନିଜ ବକ୍ତବ୍ୟରେ ଇଂ ଘଡାଇ କହିଥିଲେ ଅନେକ ପ୍ରକାର ଖେଳ ଦେଖିଛି, କିନ୍ତୁ ଏହି ଚକି ଖେଳ ସବୁଠୁ ନିଆରା ଓ ଆକର୍ଷଣୀୟ।
ଗ୍ରାମୀଣ କ୍ରୀଡ଼ା ଆମ ସଂସ୍କୃତିର ଅଭିନ୍ନ ଅଂଶ ଓ ଯୁବମାନଙ୍କ ମଧ୍ୟରେ ଏକତା ଓ ଉତ୍ସାହ ବଢ଼ାଇଥାଏ। ଆୟୋଜକମାନଙ୍କ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇବା ସହିତ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ।




















