Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା: ୪ ଆସନରୁ ବିଜେପିରୁ ୨ ଓ ବିଜେଡିରୁ ଜଣେ, ଚତୁର୍ଥ ଆସନରେ କିଏ ?

ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା: ୪ ଆସନରୁ ବିଜେପିରୁ ୨ ଓ ବିଜେଡିରୁ ଜଣେ, ଚତୁର୍ଥ ଆସନରେ କିଏ ?

ଅଣ ଓଡ଼ିଆଙ୍କୁ ପ୍ରାର୍ଥୀ କଲେ ବିଜେପିକୁ, ଅଣ ରାଜନୈତିକ ବ୍ୟକ୍ତିଙ୍କୁ ପ୍ରାର୍ଥୀ କଲେ ବିଜେଡିକୁ ଅଡୁଆ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ଚଳ ଚଞ୍ଚଳ ହୋଇ ପଡିଛି । ରାଜ୍ୟ ବିଧାନସଭାରେ ଦଳୀୟ ସ୍ଥିତି ଅନୁଯାୟୀ ବିଜେପିରୁ ୨ ଜଣ ଓ ବିଜେଡିରୁ ଜଣେ ରାଜ୍ୟସଭା ଯିବା ନିଶ୍ଚିତ। ହେଲେ ଚତୁର୍ଥ ଆସନରେ କିଏ ପ୍ରାର୍ଥୀ ହେବେ ଓ ସେ କିଭଳି ଜିତିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚତୁର୍ଥ ଆସନରୁ ରାଜନୈତିକ ବ୍ୟକ୍ତି, କିମ୍ବା ବ୍ୟବସାୟୀ କିମ୍ବା ପ୍ରତିଷ୍ଠିତ ବ୍ୟକ୍ତି ପ୍ରାର୍ଥୀ ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି । ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର ୩୭ ରାଜ୍ୟସଭା ଆସନ ଲାଗି ଗତକାଲି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ନିର୍ବାଚନୀ ଗଣିତ ଅନୁସାରେ, ଓଡ଼ିଶାରେ ଗୋଟିଏ ସିଟ ଦଖଲ ପାଇଁ ୩୦ ବିଧାୟକଙ୍କ ଭୋଟ ଆବଶ୍ୟକ । ଏହି ସଂଖ୍ୟା ଅନୁଯାୟୀ ବିଜେଡି ଗୋଟିଏ ଆସନ ଓ ବିଜେପି ଦୁଇଟି ଆସନ ନେବା ନିଶ୍ଚିତ । ହେଲେ ଉଭୟ ଦଳରୁ ବଳି ପଡୁଥିବା ଆସନରୁ କୌଣସି ଦଳ ଏକକ ଭାବେ ଚତୁର୍ଥ ଆସନ ନେବା ସମ୍ଭବ ନୁହେଁ । ତେବେ ଚତୁର୍ଥ ଆସନକୁ ହାତେଇବାକୁ କେଉଁ ଦଳ କେଉଁ ରଣନୀତି ଗ୍ରହଣ କରିବ ତାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି ।

ଓଡ଼ିଶାର ଦୁଇ ବିଜେପି ସାଂସଦ ସୁଜିତ କୁମାର ଓ ମମତା ମହନ୍ତ ଏବଂ ଦୁଇ ବିଜେଡି ସାଂସଦ ନିରଞ୍ଜନ ବିଶି ଓ ମୁନ୍ନା ଖାନଙ୍କର ଏପ୍ରିଲ ୨ ତାରିଖରେ କାର୍ଯ୍ୟକାଳ ଶେଷ ହେଉଛି ।

ଶାସକ ବିଜେପିରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଲାଣି। ରାଜ୍ୟସଭା ନିର୍ବାଚନ ରେସରେ ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର, ପୂର୍ବତନ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ବିଜେପିରୁ କିଏ ପ୍ରାର୍ଥୀ ହେବ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡିରେ ମଧ୍ୟ ଆଶାୟୀଙ୍କ ଲମ୍ବା ତାଲିକା ରହିଛି । ପୂର୍ବରୁ ସୁଜାତା ପାଣ୍ଡିଆନଙ୍କ ନାମ ଚର୍ଚ୍ଚାର ଶୀର୍ଷରେ ଥିଲା ବେଳେ ରାଜ୍ୟବାସୀଙ୍କ ବିରୋଧ ଯୋଗୁ ତାଙ୍କ ନାମ ବଦଳରେ ସଂତୃପ୍ତ ମିଶ୍ରଙ୍କ ନାମ ଏବେ ଅଧିକ ଚର୍ଚ୍ଚା ହେଉଛି । ଏହା ସହିତ ଅନ୍ୟ ବରିଷ୍ଠ ନେତା ଓ ନେତ୍ରୀଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିଧି ଭିତରେ ରହିଛି । ହେଲେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତି ଯେ ଶେଷ ନିଷ୍ପତ୍ତି ଏହା ସମସ୍ତେ ଜାଣିଛନ୍ତି । ନବୀନ କାହାକୁ ପ୍ରାର୍ଥୀ କରିବେ, ଚତୁର୍ଥ ଆସନ ପାଇଁ ନିଜେ ପ୍ରାର୍ଥୀ ଦେଇ ବିଜେପିକୁ ସମର୍ଥନ ମାଗିବେ କି ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ତାର ନିଷ୍ପତ୍ତି ସେ ହିଁ ନେବେ । ବିଗତ ଦିନରେ ନବୀନ ବିଜେପିକୁ ସମର୍ଥନ ଦେଇଥିଲା ବେଳେ ଏବେ ବିଜେପିର ସମର୍ଥନ ହାସଲ କରିବା ମଧ୍ୟ ବିଚିତ୍ର ନୁହେଁ । କାରଣ ବର୍ତ୍ତମାନ ସମୟରେ ନବୀନଙ୍କୁ ସମର୍ଥନ ଦେବା କଂଗ୍ରେସ ପାଇଁ କିଛି ଅସମ୍ଭବ ନୁହେଁ । କଂଗ୍ରେସ ମଧ୍ୟ ଏଭଳି ଇଶାରା ପୂର୍ବରୁ ନବୀନଙ୍କୁ ଦେଇ ସାରିଛି । ଏଭଳି ସ୍ଥିତି ଦେଖାଦେଲେ ଏହା ବିଜେପିର କ୍ଷତି କରିବ ସର୍ବଭାରତୀୟ ସ୍ତରରେ । ବିଜେପିର କେନ୍ଦ୍ରୀୟ ନେତା ବର୍ତ୍ତମାନ ସମୟରେ ନବୀନଙ୍କୁ ଅସନ୍ତୁଷ୍ଟ ଆଦୌ କରିବେ ନାହିଁ ।

ଅନ୍ୟ ପକ୍ଷରେ ବିଜେଡିର ଯାହା ରାଜନୈତିକ ସ୍ଥିତି ଏହି ସମୟରେ ଜଣେ ଅଣ ରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା ଦଳ ପାଇଁ କ୍ଷତି କାରକ ହେବ । ଦଳ କ୍ଷମତାରେ ନଥିବାରୁ ଅଣ ରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟ ସଭା ପଠାଇଲେ ଦଳ ମଧ୍ୟରେ ଦେଖା ଦେଇଥିବା ବିଦ୍ରୋହ ଅଧିକ ଘନୀଭୂତ ହେବା ନିଶ୍ଚିତ । ବିଜେପି ଦଳ କଥା ଦେଖିବାକୁ ଗଲେ ଗତ ନିର୍ବାଚନରେ ଦଳ ଓଡ଼ିଆ ଅସ୍ମିତା ର ଡାକରା ଦେଇ ନିର୍ବାଚନ ଜିତିଛି । ଯଦି ରାଜ୍ୟସଭା ନିର୍ବାଚନରେ ଦଳ ରାଜ୍ୟବାହାରୁ କାହାକୁ ପ୍ରାର୍ଥୀ କରେ ତେବେ ତାକୁ ରାଜ୍ୟବାସୀ ସହଜରେ ଗ୍ରହଣ କରିବେ ନାହିଁ । ଵିରୋଧି ଏହାକୁ ପଞ୍ଚାୟତ ନିର୍ବାଚନରେ ଇସ୍ୟୁ କରିବା ନିଶ୍ଚିତ । ଆଗକୁ ରାଜ୍ୟସଭା ନିର୍ବାଚନକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ କିଭଳି ବିରାମ ଲାଗୁଛି ତା ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ ।

Leave a comment

Your email address will not be published. Required fields are marked *