ଜୋମାଟୋ ଉଦାହରଣ ଦେଇ ବିଜେପି ଦେଲା ଜବାବ
ବିଜେପିର ଅର୍ଥନୀତି ଉପରର ଜ୍ଞାନ ନାହିଁ-ଗୌତମ ବୁଦ୍ଧ ଦାସ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ଆର୍ଥିକ ବର୍ଷର ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ପରେ ଏଥରର ବଜେଟକୁ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ ଦଳ । ମୁଖ୍ୟ ଵିରୋଧି ଦଳ ବିଜେଡି ଓ କଂଗ୍ରେସ ବଜେଟ ନିରାଶା ଜନକ ବୋଲି କହିଛନ୍ତି । ଆସିଲା ଚଳିତ ଆର୍ଥିକ ବର୍ଷର ବଜେଟ । ବଜେଟକୁ ନେଇ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ “ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ” କହି ଆକ୍ଷେପ କରିଛନ୍ତି । ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟିର ସରକାରରେ ଯେଉଁମାନେ ରାଜ୍ୟରେ ଅଛନ୍ତି ସେମାନଙ୍କର ଅର୍ଥନୀତି ଉପରେ ଜ୍ଞାନ ଅଛି ବୋଲି ମୁଁ ଭାବୁନି । ନବୀନ ବାବୁ ଅର୍ଥନୀତି ବୁଝନ୍ତି, ୨୪ ବର୍ଷ ଭିତରେ ଗୋଟେ ଦୁର୍ବଳ ରାଜ୍ୟକୁ ସ୍ବଚ୍ଛଳ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ନବୀନ ପଟ୍ଟନାୟକ ବୁଝିଛନ୍ତି ଏ ସରକାରର କୌଣସି ଭିଜନ ନାହିଁ । ଏଥର ବଜେଟ ସବୁଠାରୁ ଖରାପ ବଜେଟ୍ ବୋଲି ଗୌତମବୁଦ୍ଧ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ ନବୀନଙ୍କ ପ୍ରତିକ୍ରିୟାକୁ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ନବୀନଙ୍କ ପ୍ରତିକ୍ରିୟାର ରିଆକ୍ସନରେ ଜୋମାଟୋର ଉଦାହରଣ ଦେଇ ଜବାବ ଦେଇଛନ୍ତି ବିଧାୟକ ଖଟୁଆ । ସେ କହିଛନ୍ତି ନବୀନ ସରକାରରେ ଥିଲା ବେଳେ ବି ଏକ ଧାଡ଼ିଆ ଉତ୍ତର ଦିଅନ୍ତି । ଆଜିକାଲି ମେନ୍ୟୁ କେତେ ଭଲ ସେଇଟା ଗୁରୁତ୍ବପୂର୍ଣ୍ଣ, କିଚେନ ଦରକାର ନାହିଁ । ଲୋକ ଜୋମାଟୋରୁ ବି ଖାଦ୍ୟ ମଗେଇ ଖାଉଛନ୍ତି । ନବୀନ ବଜେଟରେ ମେନ୍ୟୁ ଠିକ୍ ଅଛି ଯାହା କହିଲେ ଆମେ ସେଥିରେ ଖୁସି । ତାଙ୍କ ସରକାରରେ ନା ମେନ୍ୟୁ ଠିକ୍ ଥିଲା ନା କିଚେନ ଥିଲା । ସେମାନେ ଏଡେବଡ଼ ବଜେଟ ଦେଖିନଥିଲେ ବୋଲି ସନ୍ତୋଷ ଖଟୁଆ କହି ନିଜର ଜବାବ ରଖିଛନ୍ତି ।




















