Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ତୁମୁଣି: ପାହାଡ଼ କୋଳରେ ଦୁଃଖର ପାହାଡ଼

ତୁମୁଣି: ପାହାଡ଼ କୋଳରେ ଦୁଃଖର ପାହାଡ଼

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡାର ପାଦ ଦେଶରେ ରହିଛି ପାହାଡ଼ ଘେରା ତୁମୁଣି ଗାଁ । ଏହି ଗାଁରେ ରହୁଛନ୍ତି ଜୁଆଙ୍କ ଜନ ଜାତିର ୨୪ ପରିବାରର ଦେଢ଼ ଶହରୁ ଅଧିକ ସଦସ୍ୟ । ନଗଡ଼ାର ପାଦ ଦେଶ ନାଲିଆଡାଵ ଠାରୁ ବାମ ପଟରେ ପ୍ରାୟ ୪ କିମି ଦୁର୍ଗମ ବିପଦ ପୂର୍ଣ୍ଣ ପାହାଡିଆ ରାସ୍ତାରେ ଚାଲି ଚାଲି ଗଲେ ଚାରି ପଟରୁ ପାହାଡ଼ ଘେରି ରହିଥିବା ତୁମୁଣି ଗାଁ ପଡିବ । ଗ୍ରାମରେ ହାତ ଗଣତି ଦୁଇଟି କି ତିନୋଟି ଟିଣ ଓ ଆଜବେଷ୍ଟସ ଘର ଥିଲା ବେଳେ ଆଉ ସବୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ଝାଟି ମାଟି ଘର । ଏହାରି ଭିତରେ ଜୀବନ ବଞ୍ଚୁଛନ୍ତି ଦେଢ଼ ଶହ ଲୋକ ।

ତୁମୁଣିବାସୀ ମୌଳିକ ସୁବିଧାରୁ ବଞ୍ଚିତ । ପ୍ରାୟ ୪ କିମି ବିପଦପୂର୍ଣ୍ଣ ପାଦ ଚଲା ରାସ୍ତାରେ ଆସିଲେ ପହଞ୍ଚିବେ ମୁଖ୍ୟ ରାସ୍ତାରେ । ସେଠାରୁ କାଳିଆପାଣି ଯାଇ ଆବଶ୍ୟକୀୟ ଜିନିଷ ସଂଗ୍ରହ କରିବେ । ପାହାଡ଼ରୁ ବିଭିନ୍ନ ଜିନିଷ ସଂଗ୍ରହ କରି ତାକୁ ବିକ୍ରି କରି ନିଜ ପରିବାର ଚଳାନ୍ତି ତୁମୁଣିବାସୀ ।ନଗଡ଼ା ବିକାଶ ସମୟରେ ଏହି ଗାଁକୁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିଥିଲା । ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଗ୍ରାମରେ କୁଛି ସୋଲାର ଲାଇଟ ଲାଗିଥିଲା ବେଳେ ତାହା ରାତିର ଅନ୍ଧାର ଦୂର କରୁଛି । ପୂର୍ବରୁ ଏକ ନଳକୂପ ଖୋଳା ଯାଇଥିଲା ବେଳେ ଏବେ ଆଉ ସେଥିରୁ ପାଣି ବାହାରୁ ନାହିଁ । ଗାଁ ଠାରୁ ପାଞ୍ଚ ଶହ ମିଟର ଦୂରରେ ଥିବା ଝରଣା ନିକଟରେ ଚୁଆ ଖୋଳି ସେଠାରୁ ପାଣି ସଂଗ୍ରହ କରନ୍ତି ଗ୍ରାମବାସୀ । ସେଇ ଚୁଆରୁ ବନ୍ୟ ଜନ୍ତୁ ମଧ୍ୟ ପାଣି ପିଉଥିବା କହନ୍ତି ଗ୍ରାମବାସୀ । ପାଣି ଗୋଳିଆ ହେଲେ ସେଠାରୁ ପାଣି ସଂଗ୍ରହ କରିବାକୁ ଅପେକ୍ଷା କରନ୍ତି ଗ୍ରାମବାସୀ । ଗ୍ରାମର ନାବାଳିକା ମାନେ ଧାଡିରେ ଯାଇ ଗରାରେ ପାଣି ମୁଣ୍ଡାଇ ଗାଁକୁ ଆଣନ୍ତି । ଯଦି ଗ୍ରାମରେ ବିବାହ କିମ୍ବା ଶୁଦ୍ଧି କାର୍ଯ୍ୟ ହୁଏ ତେବେ ପୁରୁଷ ମାନେ ଭାର ସାହାଯ୍ୟରେ ପାଣି ଆଣନ୍ତି । ଚାରି କିମି ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ପିଲାମାନେ ସ୍କୁଲ ଯିବା ମଧ୍ୟ ସମ୍ଭବ ନୁହେଁ ।

ଗାଁର ଯଦି କେହି ରୋଗାକ୍ରାନ୍ତ ହୁଅନ୍ତି ତାଙ୍କୁ ବହୁ କଷ୍ଟରେ ମୁଖ୍ୟ ରାସ୍ତାକୁ ଆଣାଯାଏ । ଏବେ ଗ୍ରାମବାସୀ ନିଜ ଉଦ୍ୟମରେ ସ୍ଥାୟୀ ଗୃହ ନିର୍ମାଣ କରୁଥିବା କହିଛନ୍ତି ଗ୍ରାମବାସୀ । ତାହା ପୁଣି ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ବର୍ଷା ବାତ୍ୟା ଓ ଅଗ୍ନିକାଣ୍ଡର ଭୟ ଭିତରେ ବଞ୍ଚୁଛନ୍ତି ଏମାନେ । ଅଗ୍ନିକାଣ୍ଡ ହେଲେ ଏହାକୁ ରୋକିବାକୁ ପାଣି ମିଳେନାହିଁ ଏମାନଙ୍କୁ । ପାହାଡ଼ କୋଳରେ ଜୀବନ ବଞ୍ଚୁଥିବା ଏହି ଗ୍ରାମବାସୀ ଯେ ଦୁଃଖର ପାହାଡ଼କୁ ମୁଣ୍ଡାଇ ଚାଲିଛନ୍ତି ତାକୁ ଯେ କେହି ଦେଖିଲେ ଅନୁମାନ କରି ପାରିବ ।

ଏଇଭଳି ଅନେକ ସମସ୍ୟା ଦେଇ ଗ୍ରାମବାସୀ ଗତି କରୁଥିଲା ବେଳେ ସରକାର କେବେ ଦୃଷ୍ଟି ଦେଇ ସେମାନଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବେ ତାକୁ ଏହି ଶାନ୍ତ ସରଳ ମଣିଷ ମାନେ ଅପେକ୍ଷା କରିଛନ୍ତି । ସରକାର ପଦକ୍ଷେପ ନେଲେ ଏମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ । ଆଉ କୋମଳମତୀ ଛୋଟ ପିଲାମାନେ ଶିକ୍ଷା, ସ୍ୱାସ୍ଥ୍ୟ ସହିତ ଭଲ ଘରେ ରହି ଭବିଷ୍ୟତର ସ୍ୱପ୍ନ ଦେଖି ପାରିବେ ।

Leave a comment

Your email address will not be published. Required fields are marked *