orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > ଜିଲ୍ଲା > ଯାଜପୁର > ତୁମୁଣି: ପାହାଡ଼ କୋଳରେ ଦୁଃଖର ପାହାଡ଼

ତୁମୁଣି: ପାହାଡ଼ କୋଳରେ ଦୁଃଖର ପାହାଡ଼

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡାର ପାଦ ଦେଶରେ ରହିଛି ପାହାଡ଼ ଘେରା ତୁମୁଣି ଗାଁ । ଏହି ଗାଁରେ ରହୁଛନ୍ତି ଜୁଆଙ୍କ ଜନ ଜାତିର ୨୪ ପରିବାରର ଦେଢ଼ ଶହରୁ ଅଧିକ ସଦସ୍ୟ । ନଗଡ଼ାର ପାଦ ଦେଶ ନାଲିଆଡାଵ ଠାରୁ ବାମ ପଟରେ ପ୍ରାୟ ୪ କିମି ଦୁର୍ଗମ ବିପଦ ପୂର୍ଣ୍ଣ ପାହାଡିଆ ରାସ୍ତାରେ ଚାଲି ଚାଲି ଗଲେ ଚାରି ପଟରୁ ପାହାଡ଼ ଘେରି ରହିଥିବା ତୁମୁଣି ଗାଁ ପଡିବ । ଗ୍ରାମରେ ହାତ ଗଣତି ଦୁଇଟି କି ତିନୋଟି ଟିଣ ଓ ଆଜବେଷ୍ଟସ ଘର ଥିଲା ବେଳେ ଆଉ ସବୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ଝାଟି ମାଟି ଘର । ଏହାରି ଭିତରେ ଜୀବନ ବଞ୍ଚୁଛନ୍ତି ଦେଢ଼ ଶହ ଲୋକ ।

ତୁମୁଣିବାସୀ ମୌଳିକ ସୁବିଧାରୁ ବଞ୍ଚିତ । ପ୍ରାୟ ୪ କିମି ବିପଦପୂର୍ଣ୍ଣ ପାଦ ଚଲା ରାସ୍ତାରେ ଆସିଲେ ପହଞ୍ଚିବେ ମୁଖ୍ୟ ରାସ୍ତାରେ । ସେଠାରୁ କାଳିଆପାଣି ଯାଇ ଆବଶ୍ୟକୀୟ ଜିନିଷ ସଂଗ୍ରହ କରିବେ । ପାହାଡ଼ରୁ ବିଭିନ୍ନ ଜିନିଷ ସଂଗ୍ରହ କରି ତାକୁ ବିକ୍ରି କରି ନିଜ ପରିବାର ଚଳାନ୍ତି ତୁମୁଣିବାସୀ ।ନଗଡ଼ା ବିକାଶ ସମୟରେ ଏହି ଗାଁକୁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିଥିଲା । ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଗ୍ରାମରେ କୁଛି ସୋଲାର ଲାଇଟ ଲାଗିଥିଲା ବେଳେ ତାହା ରାତିର ଅନ୍ଧାର ଦୂର କରୁଛି । ପୂର୍ବରୁ ଏକ ନଳକୂପ ଖୋଳା ଯାଇଥିଲା ବେଳେ ଏବେ ଆଉ ସେଥିରୁ ପାଣି ବାହାରୁ ନାହିଁ । ଗାଁ ଠାରୁ ପାଞ୍ଚ ଶହ ମିଟର ଦୂରରେ ଥିବା ଝରଣା ନିକଟରେ ଚୁଆ ଖୋଳି ସେଠାରୁ ପାଣି ସଂଗ୍ରହ କରନ୍ତି ଗ୍ରାମବାସୀ । ସେଇ ଚୁଆରୁ ବନ୍ୟ ଜନ୍ତୁ ମଧ୍ୟ ପାଣି ପିଉଥିବା କହନ୍ତି ଗ୍ରାମବାସୀ । ପାଣି ଗୋଳିଆ ହେଲେ ସେଠାରୁ ପାଣି ସଂଗ୍ରହ କରିବାକୁ ଅପେକ୍ଷା କରନ୍ତି ଗ୍ରାମବାସୀ । ଗ୍ରାମର ନାବାଳିକା ମାନେ ଧାଡିରେ ଯାଇ ଗରାରେ ପାଣି ମୁଣ୍ଡାଇ ଗାଁକୁ ଆଣନ୍ତି । ଯଦି ଗ୍ରାମରେ ବିବାହ କିମ୍ବା ଶୁଦ୍ଧି କାର୍ଯ୍ୟ ହୁଏ ତେବେ ପୁରୁଷ ମାନେ ଭାର ସାହାଯ୍ୟରେ ପାଣି ଆଣନ୍ତି । ଚାରି କିମି ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ପିଲାମାନେ ସ୍କୁଲ ଯିବା ମଧ୍ୟ ସମ୍ଭବ ନୁହେଁ ।

ଗାଁର ଯଦି କେହି ରୋଗାକ୍ରାନ୍ତ ହୁଅନ୍ତି ତାଙ୍କୁ ବହୁ କଷ୍ଟରେ ମୁଖ୍ୟ ରାସ୍ତାକୁ ଆଣାଯାଏ । ଏବେ ଗ୍ରାମବାସୀ ନିଜ ଉଦ୍ୟମରେ ସ୍ଥାୟୀ ଗୃହ ନିର୍ମାଣ କରୁଥିବା କହିଛନ୍ତି ଗ୍ରାମବାସୀ । ତାହା ପୁଣି ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ବର୍ଷା ବାତ୍ୟା ଓ ଅଗ୍ନିକାଣ୍ଡର ଭୟ ଭିତରେ ବଞ୍ଚୁଛନ୍ତି ଏମାନେ । ଅଗ୍ନିକାଣ୍ଡ ହେଲେ ଏହାକୁ ରୋକିବାକୁ ପାଣି ମିଳେନାହିଁ ଏମାନଙ୍କୁ । ପାହାଡ଼ କୋଳରେ ଜୀବନ ବଞ୍ଚୁଥିବା ଏହି ଗ୍ରାମବାସୀ ଯେ ଦୁଃଖର ପାହାଡ଼କୁ ମୁଣ୍ଡାଇ ଚାଲିଛନ୍ତି ତାକୁ ଯେ କେହି ଦେଖିଲେ ଅନୁମାନ କରି ପାରିବ ।

ଏଇଭଳି ଅନେକ ସମସ୍ୟା ଦେଇ ଗ୍ରାମବାସୀ ଗତି କରୁଥିଲା ବେଳେ ସରକାର କେବେ ଦୃଷ୍ଟି ଦେଇ ସେମାନଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବେ ତାକୁ ଏହି ଶାନ୍ତ ସରଳ ମଣିଷ ମାନେ ଅପେକ୍ଷା କରିଛନ୍ତି । ସରକାର ପଦକ୍ଷେପ ନେଲେ ଏମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ । ଆଉ କୋମଳମତୀ ଛୋଟ ପିଲାମାନେ ଶିକ୍ଷା, ସ୍ୱାସ୍ଥ୍ୟ ସହିତ ଭଲ ଘରେ ରହି ଭବିଷ୍ୟତର ସ୍ୱପ୍ନ ଦେଖି ପାରିବେ ।

Leave a comment

Your email address will not be published. Required fields are marked *