ଓଡ଼ିଶା ଲିଡ୍ସ(ଯାଜପୁର): ବରୁଆଁ-ବରୀ ରାସ୍ତାରେ ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି । ବିଶେଷ କରି ବରୀ ତହସିଲ ଓ ବରୀ ରାମଚନ୍ଦ୍ରପୁର ଥାନା ଅଧିନରେ ଥିବା ସ୍ଥାନ ଗୁଡିକରେ ଏହି ସମସ୍ୟା କାରଣରୁ ଲୋକେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି । ଏହି ରାସ୍ତାର ସଙ୍ଖାରିଗଡା, ମାଳଦା, ବାଲିଆପାଳ, ସନ୍ଥନ ଛକ ଓ ବରୀ ମାଉଣ୍ଡରେ ଟ୍ରାଫିକ ସମସ୍ୟା ଗୁରୁତର ସମସ୍ୟା ସୃଷ୍ଟି କରୁଛି । ଦିନକୁ ଦିନ ଜବର ଦଖଲ ବଢିବା ସହିତ ବାଇକ ଓ କାର ଚାଳକ ରାସ୍ତାରେ ଦୀର୍ଘ ସମୟ ଧରି ଗାଡି ରଖିବା ଫଳରେ ଏହି ସମସ୍ୟା ସୃଷ୍ଟି ହେଉଛି ।
ଏଥିପ୍ରତି ବରୀ ତହସିଲ ପ୍ରଶାସନ ସହିତ ପୋଲିସ ପ୍ରଶାସନ ଆଦୌ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି । ତୁରନ୍ତ ଏହି ସ୍ଥାନ ମାନଙ୍କରୁ ଜବର ଦଖଲ ଉଚ୍ଛେଦ କରିବା ସହିତ ପୋଲିସ ରାସ୍ତାରେ ଗାଡ଼ି ରଖୁଥିବା ଚାଳକଙ୍କୁ ତାଗିଦ କରିବାର ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।




















