ଓଡ଼ିଶା ଲିଡ୍ସ(ବ୍ୟୁରୋ):
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ ଭାଗବତ ସପ୍ତାହ ପାଇଁ ଭୋଜି ବେଳେ ଡାଲମାରୁ ବିଷାକ୍ତ ସାପ ବାହାରିବା ଆତଙ୍କ ସୃଷ୍ଟି କରିଛି । ଅପରପକ୍ଷେ ଏହି ଡାଲମା ଖାଇ ୪୦ ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ୱାର୍ଡରେ ଭାଗବତ ସପ୍ତାହ ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ବ୍ୟବସ୍ଥା ହୋଇଥିଲା ।
ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇଥିଲେ । ତା’ପୂର୍ବରୁ ଅନ୍ୟ କିଛି ଲୋକ ସେ ଡାଲମା ଖାଇବା ପରେ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲେରେ ଲମ୍ବା ଲାଇନ ଦେଖିବାକୁ ମିଳିଛି ।




















