ଓଡ଼ିଶା ଲିଡ୍ସ(ବ୍ୟୁରୋ): କଟକ ଏସସିବି ଟ୍ରମା କେୟାର ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି । କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ ଜେନା, ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ ବେହେରା ନିଲମ୍ବିତ ହୋଇଥିଲା ବେଳେ ଏସସିବି ମେଡିକାଲ ଓ ହସପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି, ସବ-ଡିଭିଜନର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ରଞ୍ଜନ ବିଶ୍ବାଳ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଅଗ୍ନିକାଣ୍ଡ କୁ ନେଇ ଆଜି ଵିରୋଧି ଦଳ ବିଧାନସଭାରେ ତୀବ୍ର ପ୍ରତିବାଦ କରିଥିଲା ।




















