ଓଡ଼ିଶା ଲିଡ୍ସ(ଯାଜପୁର):ଦାନଗଦୀ ବ୍ଲକ ଅନ୍ତର୍ଗତ ରାଛିପୁର ଗ୍ରାମରେ ମହାଦେବ କ୍ଳବ ଆନୁକୂଲ୍ୟରେ ଆୟୋଜିତ ତୃତୀୟ ବାର୍ଷିକ ଭଲିବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆୟୋଜକ ମାନେ ତାଙ୍କୁ ବିପୁଳ ସ୍ୱାଗତ କରିବା ସହିତ ମଞ୍ଚକୁ ପାଛୋଟି ନେଇଥିଲେ । ଖେଳାଳି ମାନଙ୍କ ସହିତ ପରିଚିତ ହେବା ସହିତ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ଇଂ ଘଡାଇ।
ନିଜ ବକ୍ତବ୍ୟରେ ଇଂ ଘଡାଇ ଆୟୋଜକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କ୍ରୀଡା ଆୟୋଜନ ଯୁବପିଢ଼ିଙ୍କ ମଧ୍ୟରେ ଶାରୀରିକ କୁଶଳତା ବୃଦ୍ଧି କରିବା ସହିତ ଆମ ଭିତରେ ଏକତା ଓ ଭାଇଚାରା ସୃଷ୍ଟି କରିଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଯୁବନେତା ପ୍ରଦୀପ ମହାନ୍ତିଙ୍କ ସହିତ ଅନ୍ୟମାନେ ଯୋଗଦାନ କରିଥିଲେ ।




















